ଦେଶ

ସଂସଦରେ ଉଠିଲା ହାଇଦ୍ରାବାଦ ଗ୍ୟାଙ୍ଗରେପ୍‌ ଘଟଣା, ନିନ୍ଦା କଲେ ସମସ୍ତ ରାଜନୈତିକ ଦଳ

JAYA

ନୂଆଦିଲ୍ଲୀ: ସଂସଦରେ ଉଠିଲା ହାଇଦ୍ରାବାଦ୍‌ ଗ୍ୟାଙ୍ଗରେପ୍‌ ଘଟଣା । ହାଇଦ୍ରାବାଦ୍‌ରେ ମହିଳା ପଶୁ ଚିକିତ୍ସକ ସହିତ ହୋଇଥିବା ଗଣଦୁଷ୍କର୍ମ ଓ ପରେ ତାଙ୍କୁ ନିର୍ମମ ହତ୍ୟା ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିବାବେଳେ ଏହା ବର୍ତ୍ତମାନ ସଂସଦରେ ଚହଳ ପକାଇଛି । ପ୍ରତ୍ୟେକ ଦଳ ଏହି ଘଟଣାକୁ ନେଇ ସଂସଦରେ  ତିବ୍ର ନନ୍ଦା କରୁଛନ୍ତି । ଏନେଇ ସଂସଦରେ ସମାଜବାଦୀ ପାର୍ଟିର ନେତ୍ରୀ ଜୟାବଚ୍ଚନ ଏହି ଘଟଣାକୁ ନେଇ ନିନ୍ଦା କରିବା ସହ ଦୃଢକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେଉଁ ଲୋକମାନେ ଏପରି ଜଘନ୍ୟ କାଣ୍ଡ ଘଟାଉଛନ୍ତି  ସେମାନଙ୍କୁ ସର୍ବ ସମ୍ମୁଖରେ ମୃତ୍ୟୁ ଦଣ୍ଡ ଦେବା ଦରକାର ।

ସେହିପରି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏହି ଘଟଣା ଉଠାଇଛନ୍ତି । ସେ ରାଜ୍ୟ ସରକାରଙ୍କୁ ଏହି ଘଟଣାକୁ ବହୁ ଗୁରୁତ୍ୱ ଦେବା ପାଇଁ କହିଛନ୍ତି । ସେହିପରି ଲୋକସଭା ଅଧ୍ୟକ୍ଷ କହିଛନ୍ତି  ଯେ ଦେଶରେ ଯେଉଁ ଘଟଣା  ସବୁ ଘଟୁଛି ତାହା ଉପରେ ସଂସଦ ମଧ୍ୟ ଚିନ୍ତାପ୍ରକଟ କରୁଛି ।

ହାଇଦ୍ରାବାଦ ଘଟଣା ଉପରେ ଏଆଇଏଡିଏମକେର ସାଂସଦ ବିଜିଳା ସତ୍ୟନାଥ କହିଛନ୍ତି, ଦେଶ ମହିଳା ଓ ଶିଶୁଙ୍କ ପାଇଁ ସୁରକ୍ଷତି ହୋଇରହି ନାହିଁ । ହାଇଦ୍ରାବଦରେ ଘଟାଇଥିବା ବିଭତ୍ସକାଣ୍ଡର 4 ଅପରାଧିଙ୍କୁ  31 ଡିସେମ୍ବର ପୂର୍ବରୁ ମୃତ୍ୟୁ ଦଣ୍ଡଦେବା ଦରକାର । ଏଥିପାଇ ଏକ  ଫାଷ୍ଟ ଟ୍ରେକ  କୋର୍ଟ ଗଠନ କରିବା ଉଚିତ । ସେ ଆହୁରି ମଧ୍ୟ କହିଛନ୍ତି ନ୍ୟାୟରେ ଡେରି କରିବା ମାନେ ଅନ୍ୟାୟକୁ ପ୍ରସୟ ଦେବା । ଏହି ପ୍ରସଙ୍ଗରେ ଲୋକସଭାରେ ମଧ୍ୟ ତିବ୍ର ନିନ୍ଦା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top