ଦେଶ

ଭାରତ-ପାକ୍‌ ପର୍ଣ୍ଣ ୱେବ୍‌ସାଇଟ୍‌ରେ ଘୁରିବୁଲୁଛି ପୀଡ଼ିତା ପ୍ରିୟଙ୍କା ରେଡ୍ଡିଙ୍କ ନାମ, ହଟାଇବାକୁ ଦାବି କଲେ ଉତ୍ୟକ୍ତ ଜନତା

priyanka

ହାଇଦ୍ରାବାଦ: ହାଇଦ୍ରାବାଦର ମହିଳା ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ସାରା ଦେଶରେ ଏବେ ଚାଞ୍ଚଲ୍ୟ ଖେଳାଇଦେଇଛି । ଲୋକମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ କ୍ରୋଧ ତିବ୍ରରୂପ ଧାରଣ କରିଛି । ଯେ କେହିବି ଏହି ଘଟଣାକୁ ନେଇ ତିବ୍ର ନିନ୍ଦା କରିବା ସହ ପ୍ରିୟଙ୍କାଙ୍କୁ ନ୍ୟାୟ ଦେବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ସୋସିଆଲ ମିଡିଆରେ ହାଇଦ୍ରାବଦର ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ପ୍ରିୟଙ୍କା ପାଇଁ ନ୍ୟାୟ ମଗାଯାଉଛି । ହେଲେ ଏହି ମଧ୍ୟରେ ଆଉ ଏକ ଲଜ୍ଜାଜନକ ଖବର ସାମ୍ନା‌କୁ ଆସିଛି । ପ୍ରିୟଙ୍କା ରେଡ୍ଡିଙ୍କ ନାମ ଏବେ ପର୍ଣ୍ଣ ସାଇଟ୍‌ରେ ଟ୍ରେଣ୍ଡ କରୁଛି । ବିଭିନ୍ନ ପର୍ଣ୍ଣ ସାଇଟ୍‌ରେ ଦେଖିବାକୁ ମିଳୁଛି ପ୍ରିୟଙ୍କା ରେଡ୍ଡିଙ୍କ ନାମ । ପିଡିତାଙ୍କ ନାମକୁ ଭାରତ ଓ ପାକିସ୍ତାନର ପର୍ଣ୍ଣ ସାଇଟରେ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି । ଟୁଇଟର ବ୍ୟବହାରକାରୀ ମଧ୍ୟ ଏହାର କିଛି ସ୍କ୍ରିନସର୍ଟ ନେଇ ପୋଷ୍ଟ କରିଛନ୍ତି ।

ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଯିବା ପରେ ବିଶେଷ କରି ଅନେକ ଭାରତୀୟ ଓ ପାକିସ୍ତାନୀ ବ୍ୟବହାରକାରୀମାନେ ପର୍ଣ୍ଣ ସାଇଟ୍‌ମାନଙ୍କରେ ପ୍ରିୟଙ୍କାଙ୍କ ନାମ ସର୍ଚ କରୁଛନ୍ତି। ଫଳରେ ଅନେକ ପର୍ଣ୍ଣ ସାଇଟ୍‌ରେ ପ୍ରିୟଙ୍କା ରେଡ୍ଡି ମାରିଲେ ଏହି ଡାକ୍ତରାଣୀ ଆସୁଛନ୍ତି। ଯାହା ଲଜ୍ଜାଜନକ ବିଷୟ । ଏହାକୁ ନେଇ ଲୋକଙ୍କ ଭିତରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପର୍ଣ୍ଣ ସାଇଟ୍‌ମାନଙ୍କରୁ ପ୍ରିୟଙ୍କାଙ୍କ ନାମ ହଟାଯାଉ ବୋଲି ବିଭିନ୍ନ ଆଡୁ ଦାବି  ଯୋର ଧରିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top