ଅପରାଧ

ଡାକ୍ତର ପ୍ରିୟଙ୍କାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ଜାଣନ୍ତୁ ପୁରା ଘଟଣାକ୍ରମ…

death

ନୂଆଦିଲ୍ଲୀ: କେମିତି ହେଲା ପଶୁ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଲୋମହର୍ଷଣ ଗଣ ଦୁଷ୍କର୍ମ ଓ ହତ୍ୟା । କେଉଁ ପରିସ୍ଥିତିରେ ପ୍ରିୟଙ୍କା ପଡିଥିଲେ । ଗଣଦୁଷ୍କର୍ମକାରୀ କେଉଁମାନେ ଓ କିପରି ଘଟାଇଲେ ଏହି ନାରକୀୟ କାଣ୍ଡ । ଜଣେ ଡାକ୍ତରଙ୍କ ପ୍ରତି ଯଦି ଏପରି ନୃସଂଶ କାଣ୍ଡ ହୋଇପାରୁଛି, ତା ହେଲେ ସାଧାରଣ ମହିଳା କେତେ ସୁରକ୍ଷିତ..? ଏମିତି ଅନେକ ପ୍ରଶ୍ନବାଚୀ ଆଜି ସମଗ୍ର ରାଜ୍ୟବାସୀଙ୍କ ଆଗରେ ଠିଆ ହୋଇଛି  ।

priyanka

ଘଟଣାଟି ଥିଲା ସଂପୂର୍ଣ୍ଣ ନାଟକୀୟ । ପ୍ରତିଦିନ ଭଳି 28 ତାରିଖ ଦିନ ପ୍ରିୟଙ୍କା ଯାଇଥିଲେ ନିଜ କ୍ଲିନିକକୁ । ୪ଜଣ ଅଭିଯୁକ୍ତ ଯଥା 26 ବର୍ଷର ମହମ୍ମଦ ଆଲିଆସ ଆରିଫ୍‌ଙ୍କ ସହ ଶିବା, ଜୁଲୁ, ନବୀନ ଆଲିଆସ ଚିନ୍ନା ଏହି ବିଭତ୍ସ କାଣ୍ଡ ଘଟାଇଛନ୍ତି । ଅନ୍ୟ ତିନିଜଣଙ୍କର ବୟସ 20 ବର୍ଷ । ସେମାନଙ୍କ ମଧ୍ୟରୁ ମହମ୍ମଦ ଓ ନବୀନ ହେଉଛନ୍ତି ଟ୍ରକ ଡ୍ରାଇଭର ଏବଂ ଶିବା ଓ ଚିନ୍ନା ହେଉଛନ୍ତି ହେଲଫର । ଏ ସଂପୂର୍ଣ୍ଣ ଘଟଣାର ମାଷ୍ଟର ମାଇଁଣ୍ଡ ହେଉଛି ଆରିଫ  ।

priyanka

ପ୍ରିୟଙ୍କାଙ୍କ ସ୍କୁଟିକୁ ଲିକ୍ କରିବାକୁ ପ୍ରଥମେ ଆରିଫ ହିଁ ଅନ୍ୟ ତିନି ଜଣଙ୍କୁ ପ୍ରସ୍ତାବ ଦେଇଥିଲା । ଗଣ ଦୁଷ୍କର୍ମ କରିବାକୁ ମିଳିତ ଭାବେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ସ୍କୁଟି ଲିକ୍ ହୋଇଗଲେ, ସେ କାହାକୁ ନ ପାଇ ଆମମାନଙ୍କର ସହାୟତା ଲୋଡିବ ଏବଂ ସହାୟତା କରିବା ଆଳରେ ତାଙ୍କୁ ଗଣ ଦୁଷ୍କର୍ମ କରିବା ପାଇଁ ଯୋଜନା କରିଥିଲେ । ଯୋଜନା ଅନୁଯାୟୀ, ଆରିଫ ପ୍ରିୟଙ୍କାଙ୍କ ଗାଡିରୁ ସୁଯୋଗ ଦେଖି ପମ୍ପ ଖୋଲିଥିଲା  ।

priyanka-reddy

ତେଲେଙ୍ଗାନା ଶାଦନଗର ଥାନା ଅନ୍ତର୍ଗତ କଚିପଲ୍ଲୀରୁ ପ୍ରିୟଙ୍କା ରାତି ୯ଟା ୧୮ମିନିଟ୍‌ରେ ସ୍କୁଟି ନେଇ ବାହାରିଲା ବେଳକୁ ଆରିଫ ଜଗି ରହିଥିଲା  । ଆରିଫ କହିଥିଲା ଯେ ମାଡାମ୍ ଆପଣଙ୍କ ସ୍କୁଟି ଲିକ୍ ହେଇଯାଇଛି । ରାତି ହୋଇଥିବା ଏବଂ ସେ ଏକାକୀ ଥିବାରୁ ପ୍ରିୟଙ୍କା ଟିକିଏ ହଡବଡେଇ ଯାଇଥିଲେ । ଇତି ମଧ୍ୟରେ ଅନ୍ୟ ତିନି ଜଣ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ଯୋଜନା ଅନୁଯାୟୀ ଆରିଫ କହିଥିଲା ଯେ ଗାଡି ଆମେ ଠିକ୍ କରିଦେବୁ,  ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ରିୟଙ୍କା ନିଜେ ନେଇ ଠିକ କରିବା ପାଇଁ କହିଥିଲେ ମଧ୍ୟ ସେମାନେ ପ୍ରିୟଙ୍କାଙ୍କ ମନରେ ବିଶ୍ୱାସ ଜନ୍ମାଇ ରାଜି କରାଇଦେଇଥିଲେ  ।

priyanka

ତେବେ ପ୍ରିୟଙ୍କା ଏକାକି ଥିବାରୁ ଏବଂ ମନରେ ଭୟ ସୃଷ୍ଟି ହେବାରୁ ନିରୁପାୟ ହୋଇ ନିଜ ଭଉଣୀଙ୍କୁ ଫୋନ ଲଗାଇ ଲାଇନରେ ରହିବା ପାଇଁ କହିଥିଲେ । ଦୀର୍ଘ 14 ମିନିଟ କାଳ ପ୍ରିୟଙ୍କା ସାନ ଭଉଣୀଙ୍କୁ ଫୋନ ଲାଇନରେ ରଖିଥିଲେ । ଏପଟେ ଅନ୍ୟତମ ଅଭିଯୁକ୍ତ ଶିବା ପ୍ରିୟଙ୍କା ସ୍କୁଟିକୁ ଠିକ୍ କରିବା ପାଇଁ ନେଇ କିଛି ସମୟ ପରେ ଫେରି ଆସିଥିଲା । ସବୁ ଦୋକାନ ବନ୍ଦ ରହିଛି ବୋଲି କହିବା ସହ ଆଉ ଏକ ଦୋକନକୁ ଯାଉଛି କହି ଗାଡି ନେଇ ଗଲା । ସେଠାରେ ଗାଡିରେ ପମ୍ପ ଦେଇ ଗାଡିଧରି ଆସିଲା ।

priyanka

ଗାଡି ଆଣିକି ଦେବା ପରେ ପ୍ରିୟଙ୍କା ଫୋନ ଲାଇନରେ ଥିବା ନିଜ ଭଉଣୀଙ୍କୁ ଗାଡି ଠିକ ହୋଇଗଲା ମୁଁ ଯାଉଛି ବୋଲି କହି ଫୋନ କାଟିଦେଇଥିଲେ । ଯେମିତି ସେ ଫୋନ କାଟିଛନ୍ତି ସଂଗେ ସଂଗେ ଆରିଫ୍ ଏକ କାନ୍ଥ ପଛପଟକୁ ପ୍ରିୟଙ୍କାଙ୍କୁ ଟେକି ନେଇ ପାଟିରେ କପଡା ପୁରାଇ ଦୁଷ୍କର୍ମ କରିଥିଲେ । ପରେ ପରେ ସମସ୍ତ ଅଭିଯୁକ୍ତ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ଘଟଣାସ୍ଥଳରେ ପ୍ରିୟଙ୍କାଙ୍କର ଚେତା ଉଡିଯାଇଥିଲା ।

Priyanka-Police

ପ୍ରିୟଙ୍କାଙ୍କର ମୃତ୍ୟୁ ହୋଇଛି ଭାବି ଚାରିଜଣ ଏକ କମ୍ବଳରେ ଗୁଡାଇ ଦେଇଥିଲେ ତାଙ୍କୁ । ଆରିଫ ଓ ଶିବା ପ୍ରିୟଙ୍କାଙ୍କୁ ଗାଡିରେ ନେଇଥିଲେ  ।  ନବୀନ ଓ ଚନ୍ନା ପ୍ରିୟଙ୍କାଙ୍କ ସ୍କୁଟିକୁ ନେଇ ଯାଇଥିଲେ । ବାଟରେ ଏକ ପେଟ୍ରୋଲ ଦୋକାନରୁ ପେଟ୍ରୋଲ କିଣି ଚଟଲପଲ୍ଲୀ ନିକଟ ଏକ ବ୍ରିଜ ତଳେ ଗାଡି ଓ ପ୍ରିୟଙ୍କାଙ୍କୁ ପୋଡିଥିଲେ । ନିଆଁ ଲଗାଇ ଘଟଣାସ୍ଥଳରୁ ସେମାନେ ଚମ୍ପଟ ମାରିଥିଲେ । ମାତ୍ର ପୋଡିନଥିବା ଭାବି ପୁଣି ଏକ ଦୋକାନରୁ ଡିଜେଲ ନେଇ ଘଟଣାସ୍ଥଳକୁ ଯାଇଥିଲେ । ଅଧାପୋଡା ହୋଇଥିବା ପ୍ରିୟଙ୍କା ମୃତ ଦେହକୁ ପୁଣି ଡିଜେଲ ଢାଲି ନିଆଁ ଲଗାଇ ପଳାଇ ଆସିଥିବା ଅଭିଯୁକ୍ତମାନେ ପୋଲିସ ନିଟକରେ ସ୍ୱୀକାର କରିଛନ୍ତି  ।

priyankareddy

ଏପଟେ ପ୍ରିୟଙ୍କାଙ୍କ ଭଉଣୀ 10 ମିନଟ ପରେ ପୁଣି ଫୋନ ଲଗାଇଥିଲେ । ମାତ୍ର ଫୋନ ସ୍ୱିଚ୍ଅଫ ଥିବା କହିଥିଲା । ପରିବାର ଲୋକଙ୍କ ମନରେ ସଂଦେହ ହେବାରୁ ସେମାନେ ଘଟଣାସ୍ଥକୁ ଆସିଥିଲେ । ମାତ୍ର କୌଣସି ଖୋଜ ଖବର ପାଇନଥିଲେ । ରାତିସାରା ଖୋଜା ଖୋଜି କରିବା ସହ ପୋଲିସରେ ଖବର ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଖୋଜାଖୋଜି କରୁଥିବା ବେଳେ ଅନ୍ୟଏକ ଖବର ଆସିଲା ଯେ ଚଟଲପଲ୍ଲୀ ନିକଟରେ ଜଣେ ମହିଳାଙ୍କର ଅର୍ଦ୍ଧଦଗ୍ଧ ଶବ ପଡିଛି । ପୋଲିସ ଖବର ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଆସି ପ୍ରିୟଙ୍କାଙ୍କ ଶବ ଚିହ୍ନଟ କରିଥିଲେ । ତା ପରେ ପୋଲିସ ତନାଘନା କରି 4 ଅଭିଯୁକ୍ତଙ୍କୁ ଗିରଫ କରିଛି । ନିର୍ଭୟା ଘଟଣା ପରି ପ୍ରିୟଙ୍କାଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସମଗ୍ର ଦେଶରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top