X
Breaking News
ଟେକ୍ନୋଲୋଜି

DRDOକୁ ପୁଣି ସଫଳତା, HSTDVର ସଫଳ ପରୀକ୍ଷଣ

Courtesy: en.wikipedia.org

DRDOକୁ ଆଉ ଏକ ସଫଳତା ମିଳିଛି। ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେହିକିଲ (HSTDV)ର ସଫଳ ପରୀକ୍ଷଣ କରାଯାଇଛି ।

ବାଲେଶ୍ୱର ITRର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଏହି ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ଆଜି ସକାଳ ୧୧ଟା ୨୨ରେ ଏହି ପରୀକ୍ଷଣ କରାଯାଇଛି ।

୨୦୧୭ରେ ୨ଥର HSTDVର ସଫଳ ପରୀକ୍ଷଣ କରାଯାଇଥିଲା । ୨୦ ସେକେଣ୍ଡ ମଧ୍ୟରେ ୩୨.୫ କିମି ଉଚ୍ଚ ଯାଏ ଯାଇପାରିବ HSTDV  । ୭,୯୬୨ କିମି ବେଗରେ ଗତି କରିପାରେ HSTDV । HSTDVରୁ ଏଣିକି ଭାରତ ଆକାଶ ମାର୍ଗରେ ଦୂରଗାମୀ କ୍ରୁଜ ମିସାଇଲ ପରୀକ୍ଷଣ କରାଯାଇପାରିବ।


ଡିଆରଡିଓଙ୍କ ଏଭଳି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top