ନ୍ୟୁଜ୍

ମୋର ଦୃଢ ବିଶ୍ୱାସ ରଥଯାତ୍ରା ପାଇଁ ସକାରାତ୍ମକ ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ: ସମୀର ମହାନ୍ତି

ଭୁବନେଶ୍ୱର: ରଥଯାତ୍ରା ପାଇଁ ସକାରାତ୍ମକ ରାୟ ପ୍ରଦାନ କରିବେ ସୁପ୍ରିମକୋର୍ଟ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି କହିଛନ୍ତି । ମୋର ଦୃଢ ବିଶ୍ୱାସ ହିନ୍ଦୁ ସମାଜ , ସାଢେ ୪ କୋଟି ଓଡିଆ ଓ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ବିଶ୍ୱାସ ଓ ଭାବାବେଗକୁ ସମ୍ମାନ ଦେଇ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସକାରାତ୍ମକ ରାୟ ପ୍ରଦାନ କରିବେ ବୋଲି ମୋର ଦୃଢ ଆଶା ଓ ବିଶ୍ୱାସ ।

ମୋ ପାଖରେ ବର୍ତ୍ତମାନ ଯାହା ସୂଚନା ଅଛି ଭାରତ ସରକାରଙ୍କର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାନ୍ୟବର ସୁପ୍ରିମକୋର୍ଟଙ୍କ ତିନି ଜଜ୍ ବିଶିଷ୍ଟ ବେଞ୍ଚ ସାମ୍ନାରେ ଶତାଦ୍ଦୀ ଶତାଦ୍ଦୀର ମହାପ୍ରଭୁଙ୍କର ଅନନ୍ୟ ରଥଯାତ୍ରାର ନୀତିକାନ୍ତି  ଓ ପ୍ରକ୍ରିୟାକୁ ଚଳିତ ବର୍ଷ ମଧ୍ୟ ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେବାପାଇଁ ପ୍ରାର୍ଥନା କରିଛନ୍ତି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ ନୀତିକାନ୍ତି ତଥା ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ସମୀର ମହାନ୍ତି ଟୁଇଟ୍‌ କରି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top