ଜୀବନ ମନ୍ତ୍ର

ICSE, ISC ରେଜଲ୍ଟ ପ୍ରକାଶିତ: ଦଶମରେ ୯୯.୩୩% ଓ ଦ୍ୱାଦଶରେ ୯୬.୮୪% ଛାତ୍ରଛାତ୍ରୀ ପାସ୍‌

result

ନୂଆଦିଲ୍ଲୀ: କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ବିଭିନ୍ନ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ପରୀକ୍ଷା ସ୍ଥଗିତ ରହିଛି । ଏହାରି ଭିତରେ କାଉନସିଲ ଫର ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେସନ୍‌(CISCE) ଦଶମ ଓ ଦ୍ୱାଦସ ରେଜଳ୍ଟ ପ୍ରକାଶ କରିଛି । ରେଜଲ୍ଟ cisce.org ଓ results.cisce.org ଓ୍ୱେବସାଇଟ୍‌ରେ ଉପଲବ୍ଧ ଅଛି । ବୋର୍ଡ ପରୀକ୍ଷାର ମାର୍କସିଟ୍‌ ଓ ସାର୍ଟିଫିକେଟ ଡିଜିଲକ୍‌ରରେ 48 ଘଣ୍ଟା ମଧ୍ୟରେ ମିଳିଯିବ ।

ଚଳିତ ବର୍ଷ ଇଣ୍ଡିଆନ ସାର୍ଟିଫିକେଟ ଅଫ୍‌ ସେକଣ୍ଡାରୀ ଏଜୁକେସନ୍‌ (ICSE)ର ଦଶମ ଶ୍ରେଣୀରେ 99.33 ପ୍ରତିଶତ ପାସ୍‌ ହାର ଥିବା ବେଳେ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ (ISC)ର ଦ୍ୱାଦସ ଶ୍ରେଶୀରେ 96.84 ପ୍ରତିଶତ ପାସ୍‌ ହାର ରହିଛି । ପୂର୍ବବର୍ଷ ଦଶମରେ 98.4% ଓ ଦ୍ୱାଦଶରେ 96.52% ଛାତ୍ରଛାତ୍ରୀ ସଫଳତା ପାଇଥିଲେ ।

ଚଳିତ ବର୍ଷ ଦଶମ ଶ୍ରେଣୀରେ 2,07,902 ଜଣ ପରୀକ୍ଷା ଦେଇଥିବା ବେଳେ 2,06,525 ଜଣ ପାସ୍‌ କରିଛନ୍ତି । ଅନ୍ୟପଟେ ଦ୍ୱାଦଶ ଶ୍ରେଣୀରେ 88,409 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ 85,611 ଜଣ ପାସ୍‌ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top