ଜୀବନ ମନ୍ତ୍ର

କୋରୋନା ଭାଇରସରୁ ବର୍ତ୍ତିବାକୁ ଚାହୁଁଛନ୍ତି କି, ଛାଡ଼ି ଦିଅନ୍ତୁ ଏହି 5ଟି ଜିନିଷ

ଅର୍ଗସ ବ୍ୟୁରୋ : କୋରୋନାରେ ଲାଗୁନି ବ୍ରେକ୍। ଦିନକୁ ଦିନ ଏହି ମହାମାରୀ ସମଗ୍ର ବିଶ୍ଵକୁ କବଳିତ କାରିବାରେ ଲାଗିଛି। ଏହି ମହାମାରୀ ଭୂତାଣୁ ପ୍ରକୋପରେ ବିଶ୍ଵରେ ଏଯାଏଁ 3 ଲକ୍ଷ 8 ହଜାର 132 ଜଣ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତରେ କୋରୋନା ବିରୋଧୀ ଲଢେଇ ଜାରି ରହିଛି। ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ମଧ୍ୟରେ ଆୟୁଷ ମନ୍ତ୍ରାଳୟ ଲୋକଙ୍କ ରୋଗ ପ୍ରତିରୋଧକ ବୃଦ୍ଧି କରୁଥିବା ଜିନିଷ ଗୁଡ଼ିକୁ ସେବନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଉଛି। ତେବେ ଆମେ ଆଜି ଆମକୁ ଏଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରରୁ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରେ।

କ୍ୟାଣ୍ଡି- କ୍ୟାଣ୍ଡି ଏବଂ ଜେଲି ଭଳି ଜିନିଷକୁ ଅଧିକ ଦିନ ଧରି ଖାଇଲେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ଚିନିରେ ଭରପୁର ଥିବା କ୍ୟାଣ୍ଡି ଶ୍ଵେତ ରକ୍ତ କଣିକାକୁ ଦୁର୍ବଳ କରିଦିଏ।

ଷ୍ଟ୍ରବେରି- ବହୁଳ ମାତ୍ରାରେ ଷ୍ଟ୍ରବେରି ଖାଇବା ସ୍ଵାସ୍ଥ୍ୟ ପାଇଁ ହାନିକାରକ। ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରେ। ଏହା ସହିତ, ଖୁବ୍ କମ୍ ଲୋକ ଜାଣନ୍ତି ଯେ ଷ୍ଟ୍ରବେରି ହିଷ୍ଟାମାଇନ୍ ନାମକ ଏକ ଉପାଦାନ ଛାଡିଥାଏ, ହିଷ୍ଟାମାଇନ୍ ବୃଦ୍ଧି ହେତୁ ଆପଣଙ୍କୁ ନାକ ରୋଗ ହୋଇପାରେ।

କଫି- କଫିର ଅଧିକ ମାତ୍ରାରେ ବ୍ୟବହାର ଦ୍ଵାରା ଇନଫ୍ଲାମେଶନ ହୋଇଥାଏ । ବାସ୍ତବରେ, ଏହାର କାରଣ ହେଉଛି କଫିରେ କାଫିନ୍ ଥାଏ ଏବଂ କଫିର ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଆଜୀର୍ଣ୍ଣ ରୋଗ, ପେଟ ବ୍ୟଥା ଏବଂ ଉଦରରେ ବାୟୁଯୁକ୍ତ ସମସ୍ୟା ଦେଖାଦେଇଥାଏ।

ଚିପ୍ସ- ଚିପ୍ସରେ ଲୁଣ ଏବଂ ଫ୍ୟାଟର ମାତ୍ରା ଅଧିକ ଥାଏ। ଏହାଦ୍ଵାରା ଗମ୍ଭୀର ସମସ୍ୟା ଉତ୍ପନ ହୁଏ।

ଆଇସକ୍ରିମ୍- ଆଇସକ୍ରିମ୍ ଚିନି, ଫ୍ୟାଟ୍ କ୍ରିମ୍ ଏବଂ କ୍ଷୀରରେ ପ୍ରସ୍ତୁତ ହୋଇଥାଏ। ଏହି କାରଣରୁ, ଏଥିରେ ଥିବା ସନ୍ତୁଳିତ ଚର୍ବିର ପରିମାଣ ଅଧିକ ଏବଂ ଏହାର କ୍ରମାଗତ ଗ୍ରହଣ ହେତୁ ଆପଣ ମୋଟା ହୋଇପାରନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top