X
Breaking News
  • ନେପାଳରେ ଭୂକମ୍ପ ଝଟ୍‌କା
  • ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ
  • ନୟାଗଡ: ବନ୍ଧୁକ ଲୁଟିଲେ ମାଓବାଦୀ
ନ୍ୟୁଜ୍

ସରକାରୀ କ୍ୱାଟର୍ସରେ ବନ୍ଧୁକ କାରଖାନା ଠାବ

factory

ଭୁବନେଶ୍ୱର: ସରକାରୀ କ୍ୱାଟର୍ସରେ ବେଆଇନ ଭାବେ ଚାଲୁଥିବା ବନ୍ଧୁକ କାରଖାନା ଠାବ ହୋଇଛି । ଓୟୁଏଟିର ସରକାରୀ କର୍ମଚାରୀ ନୃସିଂହ ନାୟକଙ୍କ କ୍ୱାଟର୍ସରୁ 3ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ଅନେକ ବନ୍ଧୁକ ତିଆରି ସରଞ୍ଜାମ ପୋଲିସ ଜବତ କରିଛି । ଏହାସହ ଅଭିଯୁକ୍ତଙ୍କୁ ସ୍ଥାନୀୟ ଖଣ୍ଡଗିରି ପୋଲିସ୍ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ରାଜଧାନୀ ଭୁବନେଶ୍ୱରସ୍ଥିତ ଓୟୁଏଟି ସରକାରୀ କର୍ମଚାରୀ ନୃସିଂହ ନାୟକଙ୍କ କ୍ୱାଟର୍ସରୁ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । ଗତ ରବିବାର ଅଭିଯୁକ୍ତଙ୍କ ସରକାରୀ ବାସଭବନରୁ  ଜୋର୍‌ରେ ଏକ ଶବ୍ଦ ଶୁଣାଯାଇଥିଲା । ଏହାସହ ଘର ଭିତରୁ ଧୂଆଁ ବାହାରିବା ଆଖପାଖରେ ରହୁଥିବା ଲୋକ ଦେଖିବାକୁ ପାଇଥିଲେ । ତେବେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଚଢାଉ କରି ସେଠାରୁ ଅର୍ଦ୍ଧନିର୍ମିତ ବନ୍ଧୁକ ସହ ବିପୁଳ ପରିମାଣର ଗୁଳି, ବାରୁଦ ଓ ବୋମା ଜବତ କରିଛି । ଘର ଭିତରୁ ଜୋରରେ ଶବ୍ଦ ଶୁଣାଯିବା ପରେ କମିଶନରେଟ ପୋଲିସ ସନ୍ଦେହ କରି ଚଢାଉ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ପୋଲିସ ଖୋଳତାଡ଼ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top