X
Breaking News
ନ୍ୟୁଜ୍

ଚୋରା ଗୋରୁ ଚାଲାଣ ବେଳେ ତିନି ଗିରଫ

police station

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଭିନ୍ନ ଗ୍ରାମରୁ ଗାଈ ଚୋରିକରି ବାହାର ରାଜ୍ୟକୁ ପଠାଉଥିବାବେଳେ ଚାଲାଣକାରୀ ଗିରଫ ହୋଇଛନ୍ତି । 3ଜଣ ଗୋରୁ ଚାଲାଣକାରୀଙ୍କୁ ଗିରଫ୍ କରିବା ସହ 2ଟି ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିଛି ବାଣପୁର ପୋଲିସ ।

ଗତକାଲି ବିଳମ୍ବିତ ରାତିରେ ବାଣପୁର ଖଣନ୍ତ ଗ୍ରାମଦେଇ 2ଟି ପିକ୍ଅପ୍ ଗାଡିରେ ଗୋରୁଗୋଠ ନେଇ ଦୃତ ଗତିରେ ଦୁଇଟି ଗାଡି ନେଇ ଯାଉଥିବାବେଳେ ଖଣତ ଗ୍ରାମବାସୀଙ୍କ ହାତରେ ଧରପଡିଥିଲେ। ଗ୍ରାମବାସୀ ଗାଡି ଦୁଇଟିକୁ ଅଟକ ରଖି ବାଣପୁର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ବାଣପୁର ବଡହନ୍ତୁଆଡ଼ ଗ୍ରାମର ସଇଦ୍ ଆଜିଦ୍ ଖାଁ, ଟାଙ୍ଗିଥାନା କୁହୁଡି ଦିଖିତପଡାର ମୌଲା ଖାଁ ଓ ସଦାନ ଖାଁକୁ ଗିରଫ କରିବା ସହ ୧୬୪ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି । ପୋଲିସ୍ ଦୁଇଟି ଭ୍ୟାନକୁ ଜବତ କରିଛି । ପୋଲିସ ଉପସ୍ଥିତରେ ଗ୍ରାମବାସୀ ଗାଈଗୁଡିକ ଛାଡିଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top