X
Breaking News
ନ୍ୟୁଜ୍

୧୨ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ସୂଚନା ଦେଲେ ପାଣିପାଗ ବିଭାଗ

Monsoon

ଭୁବନେଶ୍ୱର:  ଜଳୁଛି ଓଡ଼ିଶା । ରାଜ୍ୟରେ ଅସହ୍ୟ ହେଉଛି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିସାରିଲାଣି । ଏବେବି ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର ପ୍ରକୋପ । ବାହାରକୁ ବାହାରିବା ଅସହ୍ୟ ହୋଇପଡ଼ୁଛି । ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାରେ ହିଟ୍ ୱେଭ୍ କଣ୍ଡିସନ୍‌ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହି ଜିଲ୍ଲାଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି। ଏହି ସବୁ ଜିଲ୍ଲାରେ ସାଧାରଣ ତାପମାତ୍ରା ଠାରୁ ୩ରୁ ୫ଡିଗ୍ରୀ ଅଧିକ ରହିବାର ସମ୍ଭାମନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଚରଣ ବେହେରା କହିଛନ୍ତି । ଏହା ସହିତ ଆଜି ୧୨ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ଥିବା ସେ କହିଛନ୍ତି।

ଡ୍ୟୁଟି ଅଫିସର ଶ୍ରୀ ବେହେରା କହିଛନ୍ତି,“ଆଜି କୋରାପୁଟ, ଗଜପତି, ଗଞ୍ଜାମ, ଫୁଲବାଣୀ, ନୟାଗଡ଼, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି।” ସେ ଆହୁରି କହିଛନ୍ତି,“ସାମୁଦ୍ରିକ ଝଡ଼ ‘ବାୟୁ’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ସେଥିପାଇଁ ଓଡ଼ିଶାବାସୀ ଆଦୌ ଭୟଭୀତ ହୁଅନ୍ତୁ ନାହିଁ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top