ଦେଶ

UMANG ଆପରେ ପାଣିପାଗ ସେବା ଆରମ୍ଭ କରିଲା IMD

 ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ୱେବସାଇଟରେ ପ୍ରଦର୍ଶିତ ହେଉଥିବା ସାତୋଟି ସେବା ବର୍ତ୍ତମାନ UMANG ଆପ ରେ ଦେଖିବାକୁ ମିଳୁଛି। ଏହି ସେବାଗୁଡିକ ହେଉଛି ସାମ୍ପ୍ରତିକ ପାଣିପାଗ, ବର୍ତ୍ତମାନର ତାପମାତ୍ରା, ସହରର ପୂର୍ବାନୁମାନ, ବର୍ଷା ସୂଚନା, ପର୍ଯ୍ୟଟନ ପୂର୍ବାନୁମାନ, ଚେତାବନୀ, ଘୂର୍ଣ୍ଣିବଳୟ  ଇତ୍ୟାଦି। କେନ୍ଦ୍ର ସରକାର ଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ରେ  ୟୁନିଫାଏଡ୍ ମୋବାଇଲ୍ ଆପ୍ଲିକେସନ୍ ହେଉଛି  UMANG। ଏହା ଏକ ୟୁନିଫାଏଡ୍, ମଲ୍ଟି ଚ୍ୟାନେଲ୍, ମଲ୍ଟି ପ୍ଲାଟଫର୍ମ, ମଲ୍ଟି ଲିଙ୍ଗୁଆଲ୍, ମଲ୍ଟି ସର୍ଭିସ୍ ମୋବାଇଲ୍ ଆପ୍ ।

ଭାରତୀୟ ନାଗରିକଙ୍କ ମୋବାଇଲ୍ ଫୋନରେ ସରକାରଙ୍କ ସବୁ ତଥ୍ୟ ଏବଂ କାର୍ଯ୍ୟ ଉପଲବ୍ଧ କରାଇବା ପାଇଁ ଏକ ବୃହତ ଲକ୍ଷ୍ୟ ସହିତ ଏହି ମୋବାଇଲ୍ ଆପ୍  ଅଣାଯାଇଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2017 ରେ UMANG ଆପ୍ ଲଞ୍ଚ କରିଥିଲେ।

ଏବେ ଏହି ଆପ ରେ 127 ବିଭାଗ ଏବଂ କେନ୍ଦ୍ର ଏବଂ ରାଜ୍ୟର ପ୍ରାୟ 660 ସେବା ଏବଂ ପ୍ରାୟ 180 ୟୁଟିଲିଟି ବିଲ୍ ପେମେଣ୍ଟ ସେବା ଲାଇଭ୍ ଏବଂ ଅଧିକ  ସୁବିଧା ଅଛି | UMANG ବ୍ୟବହାର କାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି।  ଆଣ୍ଡ୍ରଏଡ୍, ଆଇଓଏସ୍, ୱେବ୍ ଏବଂ କାୟୋସ୍ ସହିତ ବର୍ତ୍ତମାନ 2.1 କୋଟି ଅତିକ୍ରମ କରିଛି | ନାଗରିକମାନେ UMANG ରୁ ସେମାନଙ୍କର Digilocker କୁ ମଧ୍ୟ ପ୍ରବେଶ କରିପାରିବେ ଏବଂ UMANG ସହିତ ଏକୀଭୂତ ହୋଇଥିବା ରାପିଡ୍ ଆସେସମେଣ୍ଟ ସିଷ୍ଟମ୍ (RAS) ମାଧ୍ୟମରେ କୌଣସି ସେବା ପାଇଁ ସେମାନଙ୍କର ମତାମତ ଦେଇପାରିବେ |ଗୋଟିଏ ଆପ ରେ ସବୁ ସୁବିଧା ଉପଲବ୍ଧ କରିବା ଏହି ଆପ ର ମୂଳଲକ୍ଷ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top