ନ୍ୟୁଜ୍

ଚାନ୍ଦବାଲି: କୂଳରେ ଅଚଳ ହୋଇ ପଡ଼ିରହିଛି ୪ ଟି ଯାତ୍ରୀବାହୀ ଲଞ୍ଚ, ଜଳପଥ ପରିବହନ ସେବା ଠପ୍

ship

ଭଦ୍ରକ: ଚାନ୍ଦବାଲିିର ଅର୍ନ୍ତଦେଶୀୟ ଜଳପଥ ପରିବହନ ଉପରେ ସରକାରଙ୍କ ନିଘା ନାହିଁ । ଚାନ୍ଦବାଲିରେ ମାର୍ଚ୍ଚ ମାସରେ ୧୫ ଦିନ ଯାତ୍ରା ପରିବହନ ସେବା ବନ୍ଦ ରହିଥିବା ବେଳେ ପୁଣି ଏବେ ୨ ଦିନ ହେବ ସେବା ବନ୍ଦ ହୋଇଛି । ଏବେ ନଦୀ କୂଳରେ ଅଚଳ ହୋଇ ପଡ଼ିରହିଛି ୩ଟି ଯାତ୍ରୀବାହୀ ଲଞ୍ଚ । ଲୋକେ ୩ ଦିନ ହେବ ନାହିଁ ନଥିବା ସମସ୍ୟାରେ ଯାତାୟତ କରୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଚାନ୍ଦବାଲି ପୋର୍ଟ ଏଣ୍ଡ୍ ଇନ୍ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ ( ଅର୍ନ୍ତଦେଶୀୟ ଜଳ ପଥ ପରିବହନ ଓ ବନ୍ଦର ବିଭାଗ) ରେ ୧୦ ମାସ ହେବ ବିଭାଗୀୟ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି । ଅଧିକାରୀ ନଥିବାରୁ ବିଭାଗ ଠିକ୍ ଭାବରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଯାହାର ଦୁଃଖ ଭୋଗୁଛନ୍ତି ସାଧାରଣ ଯାତ୍ରୀ ।

ship

ଚାନ୍ଦବାଲିରୁ ଜଳପଥରେ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆ ଓ ଭଦ୍ରକ ଜିଲ୍ଲାର ଧାମରାକୁ ପ୍ରତିଦିନ ୨ ଟି ଯାତ୍ରୀବାହୀ ଲଞ୍ଚରେ ଯାତ୍ରୀ ପରିବହନ ହୋଇଥାଏ । ଏଥିସହ ଅନ୍ୟ ୨ଟି ଲଞ୍ଚ ମଧ୍ୟ ଜରୁରୀକାଳୀନ ଏବଂ ଟ୍ୟୁରିଷ୍ଟ ପାଇଁ ଉପଲବ୍ଧ ଥାଏ । ହେଲେ ଏହି ୨ଟି ଯାତ୍ରୀବାହୀ ଲଞ୍ଚର ଏବେ ମରାମତି କାର୍ଯ୍ୟ ଚାଲିଛି, ଏବଂ ୨ ଟି ଲଞ୍ଚ ମରାମତି ପରେ କାର୍ଯ୍ୟକ୍ଷମ ହେବ । ଅନ୍ୟପଟେ ଏବେ ଜଳପଥ ପରିବହନ କ୍ଷେତ୍ରରେ ସରକାରଙ୍କ ବାର୍ଷିକ ରାଜସ୍ୱ ଠିକ୍ ଭାଗରେ ମିଳୁଥିଲେ ମଧ୍ୟ ଆବଶ୍ୟକ ଅନୁସାରେ ବିଭାଗ ୨୦୧୦ରୁ ଆଜି ଯାଏଁ ଗୋଟିଏ ବି ନୂଆ ଲଞ୍ଚ ଚାନ୍ଦବାଲି ଜଳପଥ ପରିବହନକୁ ଦେଇନାହାନ୍ତି । ସେହି ପୂରୁଣା ଲଞ୍ଚରେ ଦୀର୍ଘ ୧୦ ବର୍ଷ ହେବ ଜଳପଥ ଯାତ୍ରୀ ପରିବହନ ସେବା ଜାରୀ ରହିଛି । ତେବେ ଏବେ ୨ଟି ଯାତ୍ରବାହୀ ଲଞ୍ଚ (ଗଙ୍ଗା ଓ ବ୍ରହ୍ମଣୀ) ମରାମତି ହେବା ପରେ ଆଜିଠୁ ଯାତ୍ରୀ ସେବା ଆରମ୍ଭ ହୋଇଛି ।

ship

Click to comment

Leave a Reply

Your email address will not be published. Required fields are marked *

Most Popular

To Top