ନ୍ୟୁଜ୍

ଗଞ୍ଜାମରେ ଗ୍ରାମାଞ୍ଚଳରୁ ଲୋକ ସହରାଞ୍ଚଳ ଆସନ୍ତୁ ନାହିଁ- ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ଲୋକଙ୍କୁ ସହରାଞ୍ଚଳ ନ ଆସିବା ପାଇଁ ଅନୁରୋଧ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଆସନ୍ତା ୧୫ ଦିନ ପାଇଁ ଏହି କଟକଣା ଜାରି କରିଛନ୍ତି । ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ଵିଟ୍ କରି ଅପିଲ କରିଛନ୍ତି ଯେ, ଜରୁରୀ କାମ ନଥିଲେ ସହରାଞ୍ଚଳକୁ ଆସନ୍ତୁ ନାହିଁ । ଜନଗହଳିପୂର୍ଣ୍ଣ ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ସବୁବେଳେ ମାସ୍କ ପିନ୍ଧିବା, ହାତ ଧୋଇବା ସହ ସାମାଜିକ ଦୂରତା ରକ୍ଷା ପାଇଁ କହିଛନ୍ତି ଜିଲ୍ଲପାଳ ।

ତେବେ ଗଞ୍ଜାମରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୧୩୭ରେ ପହଞ୍ଚିଛି । ଜିଲ୍ଲାରେ ୮୧୧ ଜଣ ସୁସ୍ଥ ହୋଇଥିବା ବେଳେ ୩୧୮ଟି ରହିଛି ଆକ୍ଟିଭ୍ କେସ୍ । ସେପଟେ ୮ ଜଣଙ୍କର ଜୀବନ ନେଇଛି ଏହି ମହାମାରୀ କରୋନା ଭୂତାଣୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top