ଦେଶ

ସଂସଦ ଭବନରେ ଦେଖିବାକୁ ମିଳିଛି ସମ୍ବଲପୁରୀ ମାସ୍କ

ନୂଆଦିଲ୍ଲୀ:  ସଂସଦ ଭବନରେ ଦେଖିବାକୁ ମିଳିଛି ସମ୍ବଲପୁରୀ ମାସ୍କ ର ଟ୍ରେଣ୍ଡ। ଉଭୟ ଲୋକସଭା ଏବଂ ରାଜ୍ୟସଭାର ସାଂସଦ ମାନେ ଏହି ମାସ୍କ ପିନ୍ଧିଥିବାର ଦେଖିବକୁ ମିଳିଛି। ସାଂସଦ ମାନଙ୍କୁ ଏହି ସମ୍ବଲପୁରୀ ମାସ୍କ ବାଣ୍ଟଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସାଂସଦ ଶ୍ରୀ ପୂଜାରୀ ଏଥିରେ ଲେଖିଛନ୍ତି ଯେ ବୟନିକା ନିର୍ଦ୍ଦେଶକ ସଞ୍ଜୟ ମେହେରଙ୍କ ଦ୍ୱାରା ତିଆରି ସମ୍ବଲପୁରୀ ମାସ୍କଗୁଡ଼ିକୁ ସେ ଲୋକସଭା ସାଂସଦଙ୍କୁ ଉପହାର ଆକାରରେ ଦେଇଛନ୍ତି। ଗତକାଲି 500 ଟି ମାସ୍କ ବାଣ୍ଟି ଥିବା ବେଳେ ଆଜି ମଧ୍ୟ କିଛି ମାସ୍କ ବାଣ୍ଟି ବେ।

ଅଞ୍ଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଞ୍ଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ କରିଛି ବୋଲି ସେ କହିଛନ୍ତି। କେବଳ ସାଂସଦ ନୁହେଁ ଗଣମାଧ୍ୟମ ଅଧିକାରୀ, ସାଂସଦ ଭବନ ର ଷ୍ଟାଫ ମାନଙ୍କୁ ମଧ୍ୟ ଏହି ମାସ୍କ ପ୍ରଦାନ କରିଛନ୍ତି। ସାଂସଦମାନେ ସମ୍ବଲପୁରୀ ମାସ୍କକୁ ବେଶ୍ ପସନ୍ଦ କରିଛନ୍ତି। ସାଂସଦ ସୁପ୍ରିୟା ସୁଲେ ସମ୍ବଲପୁରୀ ମାସ୍କ ପିନ୍ଧା ଫଟୋ ଟ୍ୱିଟ୍ କରିବା ସହିତ ଏଥିପାଇଁ ସାଂସଦ ଶ୍ରୀ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top