ଦେଶ

୧୬୭ ଜଣ କୋରୋନା ସନ୍ଦିଗ୍ଧ ନିଖୋଜ, ଖୋଜୁଛି ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍‌

ଲୁଧିୟାନା: ବିଶ୍ୱରେ ଏବେ କୋରୋନା ଚର୍ଚ୍ଚା  । କୋରୋନା ମୁକାବିଲା ପାଇଁ ଶତ୍ରୁତା ଭୁଲି ସବୁ ଦେଶ ଏକଜୁଟ ହେଉଥିବା ଦେଖିବାକୁ ମିଳୁଛି । ବିଦେଶ ଫେରନ୍ତା ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି । ଏପରିକି ଓଡ଼ିଶାରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବହୁ ବ୍ୟକ୍ତି ବିଦେଶରୁ ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହୁଛନ୍ତି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଭୟରେ ଲୁଚିଯାଉଛନ୍ତି । ଯଦିଓ କୋରୋନା ମୃତ୍ୟୁ ହାର ବହୁ କମ୍‌ ରହିଛି କିନ୍ତୁ ଲୋକଙ୍କ ମନରେ ଥିବା ଅହେତୁକ ଭୟ ଯୋଗୁଁ ସେମାନେ ସରକାରଙ୍କ ଆଢ଼ୁଆଳରେ ରହିବାକୁ ପସନ୍ଦ କରୁଛନ୍ତି ।

କିନ୍ତୁ ଏମିତି କରିବା ଦ୍ୱାରା ଯଦି ସେମାନେ କୋରୋନା ପଜିଟିଭ୍‌ ହୋଇଥିବେ ତେବେ ସେମାନଙ୍କ ପାଇଁ ଅନ୍ୟ ସୁସ୍ଥ ଲୋକମାନେ ଅସୁବିଧାରେ ପଡ଼ିବେ  । ପଞ୍ଜାବର ଲୁଧିୟାନାରେ 167 କୋରୋନା ସନ୍ଦିଗ୍ଧ ନିଖୋଜ ଥିବା ନେଇ ସୂଚନା ମିଳିଛି । ତେବେ ଏତେ ସଂଖ୍ୟକ କୋରୋନା ସନ୍ଦିଗ୍ଧ ନିଖୋଜ ହେବା ଖବର ଏବେ ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ 29 ଜଣଙ୍କ ସୂଚନା ମିଳିଥିବା ବେଳେ ଏବେବି 167 ଜଣଙ୍କ ଖବର ମିଳିପାରି ନାହିଁ  । ପଞ୍ଜାବର ସ୍ୱାସ୍ଥ୍ୟ ବିଭାଗ ନିକଟରେ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ଲିଷ୍ଟ ଜାରି କରିଥିଲା । ସେମାନଙ୍କୁ ଖୋଜିବା ପାଇଁ ଦୁଇଟି ଟିମ୍‌ ମଧ୍ୟ ଗଠନ କରାଯାଇଛି । 119 ଜଣଙ୍କୁ ଖୋଜିବା ପାଇଁ ପୋଲିସକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଏବେସୁଦ୍ଧା ପୋଲିସ 12 ଜଣଙ୍କୁ ଖୋଜିବାରେ ସକ୍ଷମ ହୋଇଛି ।

ସେପଟେ ସ୍ୱାସ୍ଥ୍ୟ ବିଭାଗ 77 ଜଣଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି । ସ୍ୱାସ୍ଥ୍ୟ ବିଭାଗ 17 ଜଣ ସନ୍ଦିଗ୍ଧଙ୍କୁ ଖୋଜି ବାହାର କରିଛି । ଏବେସୁଦ୍ଧା 167 ଜଣ ସନ୍ଦିଗ୍ଧ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜି ନପାଇବାର କାରଣ ହେଉଛି ସେମାନେ ପାସପୋର୍ଟରେ ଭୁଲ ତଥ୍ୟ ଦେଇଛନ୍ତି ।  ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top