X
Breaking News
ନ୍ୟୁଜ୍

ବିଦେଶାଗତ ପକ୍ଷୀଙ୍କ ଭିଡ଼ରେ ଚିଲିକାର ଭ୍ରମ ସୃଷ୍ଟି କରୁଛି ବଂଶଧାରା

Bansadhara

ଗୁଣପୁର:  ବିଦେଶାଗତ ପକ୍ଷୀଙ୍କ ଭିଡ଼ରେ ଚିଲିକାର ଭ୍ରମ ସୃଷ୍ଟି କରୁଛି ବଂଶଧାରା ଉପକୂଳ । ପ୍ରତିବର୍ଷ ଗୁଣୁପୁର ଭାଲେରି ଗାଁକୁ ଦୁରଦୁରାନ୍ତରୁ ଉଡିଆସିଥାନ୍ତି ବିଦେଶୀ ପକ୍ଷୀ । ପ୍ରୟ 35 ବର୍ଷ ହେବ ଏହି ଅଞ୍ଚଳକୁ ପକ୍ଷୀମାନେ ନିଜର କରିନେଇଛନ୍ତି । ସେଥିପାଇଁ ମୌସୁମୀର ଆଗମନ ହେଲେ ସେମାନେ ମଧ୍ୟ ଚାଲିଆସିଥାନ୍ତି ।

ମୌସୁମୀ ଆଗମନରେ ବଂଶଧାରା ଉପକୂଳରେ ବେଦିଶୀ ପକ୍ଷୀଙ୍କ କୋଳାହଳ । ପକ୍ଷୀଙ୍କ କିଚିରିମିଚିରି ଏଠି ଚିଲିକାର ଭ୍ରମ ଶୃଷ୍ଟି କରୁଛି । ବର୍ଷା ଋତୁରେ ଏମାନଙ୍କ ଭିଡରେ ଏଠିକାର ବଣ ପାହାଡ ହୋଇ ଉଠେ ପକ୍ଷୀମୟ । ଯାହାକୁ ସ୍ଥାନୀୟ ବାସିନ୍ଦା ବେସ ଉପଭୋଗ କରିଥାନ୍ତି ।

ଶ୍ରାବଣର କଳା ମେଘ ଭିତରେ ବଂଶଧାରା ନଦୀ ଉପକୂଳର୍ବୀ ଅଞ୍ଚଳ ଉଡିବୁଲି ଥାନ୍ତି ଏହି ପକ୍ଷୀମାନେ । ଶୀତ ପଡିଲେ ଏମାନେ ଫେରିଯାନ୍ତି ନିଜ ଅଞ୍ଚଳକୁ । ବର୍ଷା ଋତୁ ପକ୍ଷୀଙ୍କ ପ୍ରଜନନର ସମୟ ହୋଇଥିବାରୁ ଏଠିକାର ସ୍ଥାନୀୟ ଲୋକେ ପକ୍ଷୀଙ୍କୁ ସୁରକ୍ଷା ଦେଇଥାନ୍ତି । ବୋଧେ ଏଥିଯୋଗୁଁ ଦୀର୍ଘ ବର୍ଷ ହେବ ଏହି ଅଞ୍ଚଳକୁ ପକ୍ଷୀମାନେ ନିଜର କରିନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top