X
Breaking News
ନ୍ୟୁଜ୍

ସହର ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଲେ ଯୁବ ଗୋଷ୍ଠୀ

rayagada

ରାୟଗଡା: ଦିନକୁ ଦିନ ଜନସଂଖ୍ୟା ବଢିବାରେ ଲାଗି ଥିବାବେଳେ ରାୟଗଡ଼ ସ୍ୱରରେ ମଧ୍ୟ ସକାଳ ପାଇଲେ ନାହିଁ ନଥିବା ଭିଡ଼। କିନ୍ତୁ ସହର ମଧ୍ୟରେ ଭାରିଯାନ ଚଳାଚଳକୁ ନେଇ ସହର ତଥା ଆଖପାଖର ଲୋକେ ନାକେଦମ୍ ହେଉଛନ୍ତି । ରାୟଗଡା ସହର ମଧ୍ୟ ଦେଇ ଭାରୀଯାନ ପ୍ରବେଶ ନିଷେଧ କରାଯାଇଥିବା ବେଳେ ଏହାକୁ ଭୃକ୍ଷେପ ନକରି ଅବାଧ ଚଳାଚଳକୁ ବିରୋଧ କରି ଗତ କିଛି ଦିନ ହେବ ଏକ ଯୁବ ଗୋଷ୍ଠୀ ସହରର କୋରାପୁଟ ଛକ ସହିତ ବିଭର୍ଣ୍ଣ ରାସ୍ତାଦେଇ ଯାଉଥିବା ଭାରିଯାନ ଗୁଡିକୁ ଦୀର୍ଘ ସମୟ ଧରି  ଅଟକାଇ ଚଳାଚଳକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏହିଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି ଆନ୍ଦୋଳନକାରୀ।

restricted heavy vehical

ଗତ 19 ତାରିଖରେ ସହର ମଧ୍ୟରେ ଏକ ଦୁର୍ଘଟଣା ଘଟି 12 ବର୍ଷର ନାବାଳକର ମୃତ୍ୟୁ ଘଟିଥିଲା । ତେବେ ସହରରେ ବଢ଼ିବାରେ ଲାଗିଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଗହଳି ସମୟରେ ଭାରୀଯାନ ଚଳାଚଳ ବନ୍ଦ କରାଯିବା ନେଇ ପୂର୍ବରୁ ଓକିଲ ସଂଘ ଓ ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇବା ପରେ ସୁଫଳ ମିଳିନଥିବା ବେଳେ ସକାଳ 6 ରୁ ରାତି 10 ଯାଏଁ ପ୍ରତିବନ୍ଧକ ଲଗାଇଛି ପରିବହନ ବିଭାଗ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top