ଦେଶ

ଚୀନ୍‌ର ଆଉ ଏକ ନୂଆ ଚାଲ୍‌: LAC ଉପରେ ଭାରତୀୟ ସେନା ପୁଣି ଗୁଳି ଚଳାଇଛି ବୋଲି କହିଲା ଚୀନ୍‌

ଅର୍ଗସ ବ୍ୟୁରୋ:   ସୀମାରେ ଉତ୍ତେଜନା ମଧ୍ୟରେ ଚୀନର ପୁଣି ଏକ ନୂଆ ଚାଲ୍‌। ପୂର୍ବ ଲଦାଖରେ ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଗୁଳି ଚଳାଯାଇଥିବା ଦାବି କରିଛି  ଚୀନ୍‌। ଚୀନ୍‌ର ଅଫିସିଆଲ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଭାରତକୁ ଏହି ବିଷୟରେ ଅଭିଯୋଗ କରିବାର ଏକ ପୁରୁଣା ଖେଳ ଖେଳିଛି। ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ଗତ ତିନିମାସ ଧରି ଭାରତ ଏବଂ ଚୀନ୍ ସୈ ନିକମାନଙ୍କ ମଧ୍ୟରେ  ତିକ୍ତତା ଦେଖାଦେଇଛି | ଉଭୟ ଦେଶର ସୈ ନିକମାନେ ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିବାରେ ଲାଗିଛନ୍ତି ।

ଚୀନ୍ ସେନା ଦାବି କରିଛି ଯେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଉଲ୍ଲଂଘନ କରି ଭାରତୀୟ ସେନା ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଗୁଳି ଚଳାଇଛି। ତେବେ ଭାରତୀୟ ସେନା କିମ୍ବା ଭାରତ ସରକାରଙ୍କ ପକ୍ଷରୁ ଏନେଇ କୌଣସି ବିବୃତ୍ତି  ଆସିନାହିଁ।  ଚୀନ୍‌ର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ର ଟ୍ୱିଟର ହ୍ୟାଣ୍ଡେଲ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ରଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଶେନପାଓ ପାହାଡରେ ଥିବା ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳ ନିକଟରେ ସୋମବାର ଦିନ ଭାରତୀୟ ସେନା ପୁଣି ଥରେ ବେଆଇନ ଭାବେ ଉଲ୍ଲଂଘନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top