ଖେଳ

ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ

Team India
Courtesy: www.business-standard.com

ମୋହାଲି:  ବାଜି ମାରିଲା ବିରାଟ ବାହୀନ । ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବାଜି ମାରିଛି ଟିମ୍ ଇଣ୍ଡିଆ । ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସାଙ୍ଗକୁ କ୍ୟାପଟେନ୍ ବିରାଟ୍ କୋହଲି ଓ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ବାଜି ମାରିନେଇଛି । ଦକ୍ଷିଣ ଆଫ୍ରିକା ବିରୋଧରେ ଏହି ମ୍ୟାଚକୁ ୭ ୱିକେଟରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ନିର୍ଦ୍ଧାରିତ ଓଭରର ଗୋଟିଏ ଓଭର ପୂର୍ବରୁ ଏହି ବିଜୟ ହାସଲ କରିବା ସହ ସିରିଜରେ ୧-୦ରେ ଆଗରେ ବିରାଟ ବାହିନୀ । ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଶେଷ ମୁକାବିଲା ଆସନ୍ତା ରବିବାର ଖେଳାଯିବ।

ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟାପଟେନ୍ କ୍ୱିଣ୍ଟନ୍ ଡି’କକ୍ ସର୍ବାଧିକ ୫୨ ଓ ଡେବ୍ୟୁଟାଣ୍ଟ ତେମ୍ବା ବାଭୁମା ୪୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆବଶ୍ୟକ ଯୋଗଦାନ କରିନଥିଲେ। ଜବାବରେ ଭାରତ ୧୯ ଓଭରରେ ୩ ୱିକେଟ୍ ହରାଇ ୧୫୧ ରନ୍ କରି ମ୍ୟାଚକୁ ସହଜରେ ଜିତି ନେଇଛି। ଭାରତ ପକ୍ଷରୁ କୋହଲିଙ୍କ ଛଡା ଶିଖର ଧୱନ ୪୦ ରନର ଦମଦାର ଇନିଂସ ଖେଳିଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ କ୍ୟାପଟେନ କୋହଲି । ଆଉ ଅଧିନାୟକଙ୍କ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ପ୍ରଥମରୁ ଦକ୍ଷିଣ-ଆଫ୍ରିକା ଉପରେ ଚାପ ପକାଇବା ଦଳକୁ ମାତ୍ର ୧୪୯ ରନରେ ସୀମିତ ରଖିଥିଲେ । ତେବେ ୧୫୦ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ବେଶ ସହଜରେ ଏହି ଟାର୍ଗେଟ ହାସଲ କରି ନେଇଥିଲା । ଭାରତ ପକ୍ଷରୁ ଦୀପକ ଚହର ୨ଟି ୱିକେଟ ନେଇଥିବା ବେଳେ ନବଦୀପ ସାଇନି, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top