ଦେଶ

16 ହଜାର ଫୁଟ ଉପରୁ ସ୍ଵାଧୀନତା ଦିବସ ପାଳିଲେ ବୀର ଯବାନ, ପୈଙ୍ଗୋଗ ହ୍ରଦ କୂଳରେ ଉଡ଼ିଲା ତ୍ରିରଙ୍ଗା

ଅର୍ଗସ ବ୍ୟୁରୋ : ଆଜି ଦେଶ 74ତମ ସ୍ଵାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଲଦ୍ଦାଖରେ ଭାରତ-ତିବତ ସୀମା ପୋଲିସ (ଆଇଟିବିପି)ର ଯବାନ ପୌଙ୍ଗୋଗ ହ୍ରଦ କୂଳରେ ସ୍ଵାଧୀନତା ଦିବସ ପାଳନ କରିଛନ୍ତି। ଆଇଟିବିପିର ଯବାନମାନେ ପ୍ରାୟ 16000 ଫୁଟ ଉଚ୍ଚରୁ ତ୍ରିରଙ୍ଗା ଉଡାଇଛନ୍ତି।

ଏହି ସମୟରେ ଆଇଟିବିପିର ଯବାନମାନେ ଭିନ୍ନ ଭିନ୍ନ ଢଙ୍ଗରେ ତ୍ରିରଙ୍ଗାକୁ ସଲାମୀ ଦେଇଛନ୍ତି। ସମସ୍ତେ ଗୋଟିଏ ଧାଡିରେ ହାତରେ ତ୍ରିରଙ୍ଗା ଧରି ଆଗକୁ ବଢିଥିଲେ।

ତେବେ କରୋନା ସଙ୍କଟ ମଧ୍ୟରେ ଦେଶରେ ସ୍ଵାଧୀନତା ଦିବସ ପାଳନ ଉତ୍ସବ କିଛିକାଂଶରେ ଫିକା ପଡ଼ିଯାଇଛି। କୋଭିଡ କଟକଣା ମାନି ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ ହୋଇଛି। ଏତଦ୍ ବ୍ୟତୀତ ପଞ୍ଜାବ ଅମୃତସରର ଅଟାରୀ-ୱାଘା ସୀମାରେ ସ୍ଵାଧୀନତା ଦିବସ ପାଳନ ହୋଇଛି। ଆଇଟିବିପି ପ୍ରମୁଖ ଏସଏସ ଦେସୱାଲ ଏହି ପାବନ ଅବସରରେ ସୀମାରେ ପତାକା ଉତ୍ତୋଳନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top