ଦେଶ

କରୋନା ସଂକ୍ରମିତଙ୍କ ଚିକିତ୍ସାରେ ରେମଡେସିବିର ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି

ନୂଆଦିଲ୍ଲୀ:  ରେମଡେସିବିର ଔଷଧର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ରେମଡେସିବିର ବ୍ୟବହାର ହୋଇପାରିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବରୁ ଏହି ଔଷଧ ଇବୋଲା ଭାଇରସ ପାଇଁ ବ୍ୟବହାର ହେଉଥଲା  । ରେମଡେସିବିର ବ୍ୟବହାରରେ କିଛି କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି ବୋଲି ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଯେଉଁମାନେ ଗୁରୁତର ନ ହୋଇଛନ୍ତି ସେହି ମାନେ ଏହି ଔଷଧରେ ଭଲ ହେଉଥିବା କୁହାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ଔଷଧର ବ୍ୟବହାର ପାଇଁ ଏକ ଆମରିକୀୟ କମ୍ପାନୀ ଟ୍ରାଏଲ କରିଥିଲା ।

ସୂଚନାଯୋଗ୍ୟ, ବିଶ୍ୱରେ କରୋନା ଭାଇରସ ୩ ଲକ୍ଷ ୭୭ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି ।  ଏହାସହ ୬୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଏହାସହ ଭାରତରେ 199,785 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ 5,612 ଜଣଙ୍କ ମୃତ୍ୟୁ ହେଲାଣି । ସେପଟେ କରୋନା ପାଇଁ ଭ୍ୟାକସିନ କେବେ ବାହାରିବ ତାହା ଏବେ ଏକ ଅସମହିତ ପ୍ରଶ୍ନ । ତେଣୁ ଗୁରୁତର ଆକ୍ରାନ୍ତଙ୍କ ପାଇଁ ସରକାର ବିକଳ୍ପ ପନ୍ଥା ଭାବେ  ରେମଡେସିବିକୁ ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top