ଦେଶ

ଭାରତ-ବାଂଲାଦେଶ ମଧ୍ୟରେ ୩ ପ୍ରକଳ୍ପର ଶୁଭାରମ୍ଭ

ନୂଆଦିଲ୍ଲୀ:  ଆଜି ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ-ବାଂଲାଦେଶର ପ୍ରଧାନମନ୍ତ୍ରୀ ଯୋଗ ଦେବା ସହ  ୭ଟି ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି । ଏଥିସହ ୩ଟି ଦ୍ୱିପାକ୍ଷିକ ଯୋଜନାର ମିଳିତ ଶୁଭାରମ୍ଭ କରିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀ । ଭାରତ-ବାଂଲାଦେଶ ମଧ୍ୟରେ ହୋଇଥିବା ଏହିସବୁ ଚୁକ୍ତିକୁ ନେଇ ଏକ ମିଳିତ ପ୍ରେସ୍‌ମିଟ୍‌ କରାଯାଇଥିଲା ।

ଏହି ତିନି ଯୋଜନା ହେଲା ଏଲପିଜି ଆମଦାନୀ, ଧନ୍ଦାମୂଳକ ତାଲିମ ଏବଂ ସାମାଜିକ ସୁବିଧା । ପୂର୍ବରୁ ୧ ବର୍ଷ ମଧ୍ୟରେ ଭିଡିଓ ଲିଙ୍କ ଜରିଆରେ ୯ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଏହି ଦ୍ୱିପାକ୍ଷିକ ଚୁକ୍ତିୁକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଛି । ଏପରିକି ଏଲପିଜି ଆମଦାନୀ ଉପରେ ହୋଇଥିବା ଚୁକ୍ତିକୁ ବେଶ ପ୍ରଶଂସା କରିଛନ୍ତି କେନ୍ଦ୍ର ପଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୂଚନା ଅନୁସାରେ ଗୁରୁବାରଠୁ ୪ ଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତିସ୍ତା ଜଳ ଆବଣ୍ଟନ ଏବଂ ରୋହିଙ୍ଗ୍ୟା ମୁସଲମାନ ପ୍ରସଙ୍ଗରେ ଭାରତ ସହ ଏହି ଗସ୍ତବେଳେ ଆଲୋଚନା କରିବେ । ହେଲେ ଏହି ଆଲୋଚନା ବେଳେ ଏନଆରସି ବାବଦରେ ଆଲୋଚନା ହେବ ନାହିଁ ବୋଲି ସୂଚନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top