ଦେଶ

ସମସ୍ତଙ୍କୁ ସନ୍ତୁଷ୍ଟ କଲା ଭଳି ହୋଇପାରେ ବଜେଟ୍‌, ଚାଷୀଙ୍କୁ ମିଳିପାରେ ଖୁସି ଖବର

Piyush
Courtesy: http://zeenews.india.com

ନୂଆଦିଲ୍ଲ: ଆସନ୍ତକାଲି(ଫେବୃଆରୀ-୧) କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋୟଲ ଲୋକସଭାରେ ବଜେଟ ଉପସ୍ଥାପନ କରିବେ । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ ହେବ । ଏହି ବଜେଟରେ ମଧ୍ୟବିତ୍ତ ପରିବାର ଏବଂ କର୍ପୋରେଟ ସେକ୍ଟର ପାଇଁ କିଛି ଖାସ ଘୋଷଣା ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ଏହାସହ ସଙ୍କଟରେ ଥିବା ଚାଷୀମାନଙ୍କ ପାଇଁ ଫାଇଦା ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି  । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆମେରିକାରେ ଚିକିତ୍ସିତ ହେଉଥିବା ଯୋଗୁଁ ପିୟୁଷ ଗୋୟଲ ବଜେଟ୍‌ ଉପସ୍ଥାପନ କରିବେ ।

ସାଧାରଣ ନିର୍ବାଚନ ପୂର୍ବରୁ କେବଳ ଚାରି ମାସ ପାଇଁ ଏକ କାମଚଳା ବଜେଟ ଘୋଷଣା କରିବାର ନିୟମ ରହିଛି । ଏହାର କାରଣ ହେଉଛି ନିର୍ବାଚନ ପାଇଁ କୌଣସି ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେବ ନାହିଁ ଏବଂ ନୂତନ ସରକାର ଆସିଲେ ପୂର୍ଣ୍ଣ ବଜେଟ ଘୋଷଣା କରିପାରିବ ।

ଏହି ବଜେଟରେ ମଧ୍ୟବିତ୍ତ କରଦାତାମାନଙ୍କ ଆୟକର ସୀମାକୁ ୨.୫ ଲକ୍ଷରୁ ବୃଦ୍ଧି କରି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରେ । ଏହାସହ କର୍ପୋରେଟ୍‌ କର ୩୦ ପ୍ରତିଶତରୁ କମାଇ ୨୫ ପ୍ରତିଶତ କରାଯାଇପାରେ । କୃଷି କ୍ଷେତ୍ରରେ ଚାଷୀମାନଙ୍କ ପାଇଁ ୧୫,୦୦୦ ଟଙ୍କା ପ୍ରତି ହେକ୍ଟର ପ୍ରତ୍ୟେକ୍ଷ ନିବେଶ ସମର୍ଥନ ଦେଇ ପାରନ୍ତି ସରକାର । ବିମୂଦ୍ରୀକରଣ ଏବଂ ଜିଏସ୍‌ଟି ଭଳି ସରକାରଙ୍କ ଐତିହାସିକ ପଦକ୍ଷେପରେ ଅଧିକ ପ୍ରଭାବିତ ହୋଇଥିବା ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ  ଏବଂ ଋଣ ପାଇଁ ସହଜ ସର୍ତ୍ତର ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top