ରାଜ୍ୟ

ସମାଜର ପରିବର୍ତ୍ତନ ହେଲେ ଦେଶର ଭାଗ୍ୟ ବଦଳିବ: ମୋହନ ଭାଗବତ

mohan bhagwat

ଭୁବନେଶ୍ୱର: ହିନ୍ଦୁତ୍ୱ ହିଁ ଦେବ ବିଶ୍ୱକୁ ଦିଗଦର୍ଶନ । ସଙ୍ଘର ଉଦ୍ଦେଶ୍ୟ  ସମ୍ପୂର୍ଣ୍ଣ ସମାଜର ସଂଗଠିତ କରିବା । ସମାଜର ପରିବର୍ତ୍ତନ ହେଲେ ଦେଶର ଭାଗ୍ୟ ବଦଳିବ  । ସମାଜରେ ପରିବର୍ତନ ଆଣିବାକୁ ହେଲେ ସମାଜରେ ଶ୍ରେଷ୍ଠ ବିଚାରଧାରାର ଲୋକମାନଙ୍କୁ ତିଆରି କରିବାକୁ ହେବ । ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ।

ସୋଆ ୟୁନିଭରସିଟି ପରିସରରେ ଆୟୋଜିତ ଏହି  କାର୍ଯ୍ୟକ୍ରମରେ ୨ହଜାର ବୁଦ୍ଧିଜୀବୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଏଭଳି କାର୍ଯ୍ୟକ୍ରମର ଆୟୋଜନ ସଂଘକୁ ବୁଝିବା ପାଇଁ, ସଂଘର ପ୍ରଚାର ପାଇଁ ନୁହେଁ । ଭାରତରେ ହିନ୍ଦୁ ଧର୍ମ ହିଁ ସବୁ ଧର୍ମକୁ ସ୍ଥାନ ଦେଇଛି । ବିଶ୍ୱର ସବୁଠାରୁ ସୁରକ୍ଷିତ ଏବଂ ଶାନ୍ତିରେ ମୁସଲାମାନ ଭାରତରେ ରୁହନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ସମାଜରେ 130 କୋଟି ଲୋକଙ୍କ ଆଚରଣ ବଦଳାଇପାରିବା ଅସମ୍ଭବ । ତେଣୁ ସମାଜକୁ ଚଳାଉଥିବା ସମାଜର ଶ୍ରେଷ୍ଠ ଲୋକଙ୍କୁ ତିଆରି କରିବାକୁ ପଡ଼ିବ । ପ୍ରତ୍ୟେକ ସହର, ଗାଁ-ଗଳିରେ ଏଭଳି ଲୋକଙ୍କୁ ତିଆରି କରିବାକୁ ପଡ଼ିବ । ସମାଜରେ ସମସ୍ତେ ସେବକ ଏବଂ ତାଙ୍କ ଆଗରେ ସମସ୍ତେ ଛୋଟ । ଆମର ଲକ୍ଷ୍ୟ ସାରା ଦେଶକୁ ପରମ ବୈଭବ ସମ୍ପନ୍ନ କରିବା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top