ଦେଶ

ସୀମା ସଂର୍ଘଷ ପରେ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ଚୀନ ସହ ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଭାରତ ନିଜର ତିନି ସେନାକୁ 24 ଘଣ୍ଟିଆ ‘ହାଇ ଆଲର୍ଟ’ ଜାରି କରିଛି । ଏବଂ ଆବଶ୍ୟକସ୍ଥଳେ ଯେ କୌଣସି ପ୍ରକାରର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସଦା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି । ଦେଶର ସ୍ଥଳସେନା ସମେତ ବାୟୁସେନା ଓ ନୌସେନା ନିମନ୍ତେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର ।

ଏଥିସହ ଚୀନ ସହ ଲାଗି ରହିଥିବା ଦେଶର ପ୍ରାୟ 35ଶହ କିମି ପରିବ୍ୟାପ୍ତ ସୀମାନ୍ତରେ ଭାରତୀୟ ସେନାର ଫ୍ରଣ୍ଟ ଲାଇନ ବେସରେ ସୀମା ସୁରକ୍ଷାକୁ କଡ଼ାକଡ଼ି କରିବା ସହ ପୂର୍ବ ଲଦାଖ ଓ ଗଲୱାନ ଉପତ୍ୟକାରେ ସେନାକୁ 24 ଘଣ୍ଟିଆ ‘ହାଇ ଆଲର୍ଟ’ରେ ରହିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top