ଖେଳ

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଧାଓ୍ୱନ, ଏଣ୍ଟ୍ରି କଲେ ଋଷଭ

Shikhar Dhawan

ନୂଆଦିଲ୍ଲୀ: କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଧୁଆଁଧାର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ୱନ । ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ମନ କିଣିଥିବା ଏହି ବ୍ୟାଟ୍ସମ୍ୟାନ୍‌ ଆହତ କାରଣରୁ ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ଆରମ୍‌ ନେଇଥିଲେ । କିନ୍ତୁ ବର୍ତ୍ତମାନ ବିସିସିଆଇ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁଯାୟୀ ଆଗାମୀ କୌଣସି ବିଶ୍ୱକପ୍‌ ମ୍ୟାଚ୍‌ରେ ଧାଓ୍ୱନ ଖେଳିବା ପାଇଁ ଅନ୍‌ଫିଟ୍‌ । ଗତ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଧାଓ୍ୱନ୍‌ ବିସ୍ଫୋରକ ବ୍ୟାଟିଂ କରି ଧୁଆଁଧାର ଶତକ କରିଥିଲେ ସହ କିନ୍ତୁ ସେହି ମ୍ୟାଚ୍‌ରେ ହିଁ ଆହତ ହୋଇଥିଲେ । ଏହା ପରଠାରୁ ଆଉ କୌଣସି ବିଶ୍ୱକପ୍‌ ମ୍ୟାଚ୍‌ ଖେଳିପାରି ନାହାନ୍ତି ଧାଓ୍ୱନ୍‌ । ତେବେ ଧୱନଙ୍କ ବଦଳରେ ଦଳରେ ସ୍ଥାନ ପାଇଲେ ନବାଗତ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top