X
Breaking News
ନ୍ୟୁଜ୍

‘ଫୋନି’ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ

DP

ଭୁବନେଶ୍ୱର: ବାତ୍ୟା ଫୋନି ରଚିଲା ତାଣ୍ଡବ । ଜଳ, ବିଦ୍ୟୁତ୍, ବିଜୁଳି ଓ ଖାଦ୍ୟ ବିନା ହନ୍ତସନ୍ତ ହେଉଛନ୍ତି । ତେବେ ରାଜ୍ୟର ଏଭଳି ଦୁଃଖଦ ଓ ଶ୍ରୀହିନ ପରିସ୍ଥିତିରେ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ କେନ୍ଦ୍ରମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, “ଓଡ଼ିଶାରେ ଫୋନି ଦ୍ୱାରା ପ୍ରଭାବିତଙ୍କୁ ରିଲିଫ ଓ ପୁନଃନିର୍ମାଣ କାର୍ଯ୍ୟରେ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଛୋଟ ଆର୍ଥିକ ଯୋଗଦାନ ଦେଲି । ସମସ୍ତଙ୍କୁ ଅନୁରୋଧ ଆସନ୍ତୁ ଏକାଠି ହେବା ଏବଂ ଓଡ଼ିଶାର ପୁନଃନିର୍ମାଣ କାର୍ଯ୍ୟରେ ସହାୟକ ହେବ।“

ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପ୍ରଳୟଙ୍କାରୀ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଭୁବନେଶ୍ୱରରେ ଫୋନି ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ ବଡ ଅନୁଦାନ ଘୋଷଣା କରିଛନ୍ତି । ଫୋନି ପାଇଁ ଆଉ ୧ ହଜାର କୋଟି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top