ଅପରାଧ

ତିହାଡ଼ ଜେଲ୍‌ରେ ଭୁତ ଭୟ, କଏଦୀ ପଢ଼ୁଛନ୍ତି ହନୁମାନ ଚାଳିସା…

TIHAR jail

ଅର୍ଗସ ବ୍ୟୁରୋ: ତିହାଡ଼ ଜେଲରେ ଭୁତ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସେଠାକାର କଏଦୀ ମାନେ ଏହାକୁ ବିଶ୍ୱାସ କରୁଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ତିହାଡ଼ ଜେଲ୍‌ରେ ଅପଜଲ ଗୁରୁର ଆତ୍ମା ବୁଲୁଥିବା ବିଶ୍ୱାସ କରି କଏଦୀମାନେ ଆତଙ୍କିତ ହେଉଛନ୍ତି ।

ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ 4 ଦୋଷୀଙ୍କୁ 22 ଜାନୁଆରୀ ସକାଳ 7ଟାରେ ଫାଶୀ ଦିଆଯିବ । ଦିଲ୍ଲୀ ପଟିଆଲା ହାଉସ ଅଦାଲତ ମଙ୍ଗଳବାର ଏହି ନିର୍ଦ୍ଦେଶ ଦେଇଛନ୍ତି । ତିହାଡ଼ ଜେଲ୍‌ ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ 4 ଜଣଙ୍କୁ ଫାଶୀ ଦିଆଯିବ । ଚାରି ଦୋଷୀ ପବନ ଗୁପ୍ତା, ମୁକେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟ ଠାକୁରଙ୍କୁ ଜେଲ୍‌ ନମ୍ବର 3ରେ ଫାଶୀ ଦିଆଯିବ । କଏଦୀଙ୍କ ପାଇଁ ତିହାଡ଼ ଜେଲ୍‌ର ଏହି ବେରେକ୍‌ ଏତେ ଭୟଙ୍କର ଯେ, ଏହାର ଆଖପାଖୁ ବି ଯିବାକୁ ସେମାନେ ଡରୁଛନ୍ତି । ଏହି ଭୟ ପଛରେ ଫାଶୀ ନୁହେଁ ବରଂ ଏଠାରେ ଫାଶୀ ପାଇଥିବା କଏଦୀଙ୍କ ଭୁତ ପ୍ରେତର ବୋଲି କୁହାଯାଏ ।

ଏସିଆର ସବୁଠୁ ବଡ଼ ଓ ସୁରକ୍ଷିତ କୁହାଯାଉଥିବା ଜେଲ୍‌ ହେଉଛି ତିହାଡ଼ ଜେଲ । ତିହାଡ଼ ପରିସରରେ 10ଟି ଜେଲ୍‌ ରହିଛି । ସବୁଠାରୁ ଦୁର୍ଦାନ୍ତ କୁହାଯାଉଥିବା ଅପରାଧୀଙ୍କୁ ଜେଲ୍‌ ନମ୍ବର 3ରେ ରଖାଯାଇଥାଏ । ଆଉ ଏହିଠାରେ ହିଁ ପାଶୀ ଘର ରହିଛି । ଏହି ବେରେକକୁ ସବୁଠାରୁ ଭୟଙ୍କର କୁହାଯାଇଥାଏ । ଏଠାର କୌଣସି ବି କଏଦୀ ରହିବାକୁ ଚାହାନ୍ତି ନାହିଁ ।

ଅଫଜଲ ଗୁରୁର ଆତ୍ମା ଡରାଉଛି
ମିଡିଆ ରିପୋର୍ଟ ଅନୁସାରେ ଏହି ଜେଲ୍‌ରେ ଥିବା କଏଦୀଙ୍କୁ ଲାଗୁଛି ଏଠାରେ ଅଫଜଲ ଗୁରୁର ଆତ୍ମା ବୁଲୁଛି । ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଅଫଜଲ ଗୁରୁକୁ 9 ଫେବ୍ରୁଆରୀ 2013ରେ ତିହାଡ଼ର ଏହି ବେରେକ୍‌ରେ ପାଶୀ ଦିଆଯାଇଥିଲା । ଆଉ ଜେଲ୍‌ରେ ହିଁ ତାର ମୃତ ଦେହକୁ କବର ଦିଆଯାଇଥିଲା ।

ପୁଜା ପାଠ କରିଥାନ୍ତି କଏଦୀ
ଜେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜେଲ୍‌ ନମ୍ବର 3ରେ ରହୁଥିବା କଏଦୀମାନେ ଭୂତ ପ୍ରେତଙ୍କଠାରୁ ରକ୍ଷା ପାଇବା ପାଇଁ ହନୁମାନ ଚାଳିସା ପାଠ କରିଥାନ୍ତି । ଏମିତିକି ପୂଜା ପାଠ ମଧ୍ୟ କରୁଥିବା ଜଣାପଡ଼ିଛି । କଏଦୀମାନେ ଭୂତ ପ୍ରେତ ସମ୍ବନ୍ଧରେ ଅନେକ ଥର ମୌଖିକ ଭାବେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି ।

ଭୟଙ୍କର ଶବ୍ଦ ଶୁଣଯାଇଥାଏ
କୁହାଯାଏ ବେରେକ୍‌ ନମ୍ବର 3ରେ ରାତି ସମୟରେ ମୃତ ବ୍ୟକ୍ତିଙ୍କ ଆତ୍ମା କାନ୍ଦୁଥିବା ଓ ପାଟି କରୁଥିବା ଶବ୍ଦ ଶୁଣଯାଏ । ଖାଲି ସେତିକି ନୁହେଁ ସୂଚନା ଅନୁଯାୟୀ, କଏଦୀ ମାନଙ୍କୁ ଭୂତମାନେ ମାଡ଼ ମାରୁଥିବା ଅଭିଯୋଗ ମଧ୍ୟ ରହିଛି ।

ଏହି ସବୁ ଘଟଣା ଜେଲ୍‌ କର୍ତ୍ତୃପକ୍ଷ ଜାଣିଥିଲେ ମଧ୍ୟ ଏହାକୁ ଅନ୍ଧବିଶ୍ୱାସ ବୋଲି ଭାବି ଏହାକୁ ଏଡ଼ାଇ ଦେଉଛନ୍ତି । ଏଭଳି ଖବରକୁ ବାହାରକୁ ଆସିବାକୁ ଦେଉ ନାହାନ୍ତି ଜେଲ୍‌ କର୍ତ୍ତୃପକ୍ଷ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top