X
Breaking News
ଦେଶ

ମମତା ଦିଦି ! ବିଜେପି ଡରିବନି…, ଜନତା କହୁଛନ୍ତି ସିଂହାସନ ଖାଲି କରନ୍ତୁ: ଶିବରାଜ

Shivraj

କୋଲକାତା: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପୂର୍ବରୁ ପଶ୍ଚିମବଙ୍ଗରେ ଚାଲିଛି ଆର୍-ପାର୍ ଲଢେଇ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ୍ ମୋଦି ସରକାର ଲଢେଇ ଏବେ ତୀବ୍ର ରୂପ ନେଲାଣି । ଏଠାରେ 9ଟି ଲୋକସଭା ଆସନରେ ମତଦାନ ହେବ । ତେବେ ଏହି ଲଢେଇରେ ମୋଦିଙ୍କୁ ରୋକିବାକୁ ସମସ୍ତ ସୀମା ପାର କରିସାରିଲେଣି । ବିଜେପି ହେଭିଓ୍ୱେଟ୍‌ଙ୍କ ନିର୍ବାଚନୀ ପ୍ରଚାର ସମୟରେ ମମତା ତାଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରି ଚଳାଇଛନ୍ତି ଗୁଣ୍ଡାରାଜ୍ । ତେବେ ଏନେଇ ବରିଷ୍ଠ ନେତା ଶିବରାଜ ସିଂହ ଚୌହାନ ରଖିଛନ୍ତି ନିଜ ପ୍ରତିକ୍ରିୟା ।

ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଜାରି ରହିଛି । ଏନେଇ ଶିବରାଜ ସିଂହ ଚୌହାନ୍ କହିଛନ୍ତି “ପଶ୍ଚିମବଙ୍ଗରେ ଜନତା ଆଜି ରାସ୍ତା ଉପରକୁ ଆସିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍ ସୋ’ରେ କୋଲକାତାର ଜନସମୂଦ୍ର ଦେଖିବାକୁ ମିଳିଲା । ମମତା ବାନାର୍ଜୀଙ୍କ ପାଦ ତଳୁ ମାଟି ଖସିଗଲା । ନିଜର ହିତାହିତ ଜ୍ଞାନ ଭୁଲିଗଲେ ମମତା । ଆଗାମୀ ପରାଜୟ ନେଇ ଭୟଭୀତ ମମତା । ଏଣୁ ସେ ନିଜର ଗୁଣ୍ଡାତନ୍ତ୍ରକୁ ସକ୍ରିୟ କଲେ । ଆଉ ଟିଏମସିର ଗୁଣ୍ଡାମାନେ ଅମିତ ଜୀଙ୍କ ରୋଡ୍ ସୋ’ ଉପରେ ଆକ୍ରମଣ କଲେ । ଆକ୍ରମଣରେ ଅନେକ ମିଡିଆ କର୍ମଚାରୀ, ବିଜେପି ସମର୍ଥକ ଓ କର୍ମକର୍ତ୍ତା ଆହତ ହୋଇଛନ୍ତି । ”

ଶିବରାଜ ପୁଣି କହିଛନ୍ତି, ”ମମତା ଜାଣି ରଖନ୍ତୁ ଏଭଳି ହିଂସାରେ ବିଜେପିକୁ ସେ ରୋକିପାରିବେନି । ମମତା ଦିଦି ଏବେ ଜନତା ଆପଣଙ୍କୁ କହୁଛନ୍ତି, ସିଂହାସନ ଖାଲି କରନ୍ତୁ । ବିଜେପିକୁ ଡରାଇପାରିବନି । ହିଂସା କରି ଜନସମର୍ଥନ ଓ ଜନମତକୁ ରୋକାଯାଇପାରିବ ନାହିଁ । ବିଜେପି କାର୍ଯ୍ୟକର୍ତ୍ତା ଗଣତନ୍ତ୍ରକୁ ରକ୍ଷା କରିବାକୁ ଲଢେଇ ଜାରି ରଖିଛନ୍ତି । ଆମେ ସମସ୍ତ ସୀମାକୁ ଯିବୁ । ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହଙ୍କୁ ମୁଁ ପ୍ରଣାମ କରୁଛି । ଯାହାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଟିଏମସି ନିଜର ସତ୍ତା ହରାଉଛି । ”

ଶିବରାଜ ଆହୁରି ମଧ୍ୟ କହିଛନ୍ତି । ”ମୁଁ ତ ମମତାଙ୍କୁ ସାହସୀ ଭାବୁଥିଲି । କିନ୍ତୁ ଏଭଳି ଡରିଯାଇଥିବା, ଭୟଭୀତ ହୋଇଥିବା ନେତ୍ରୀ ମୁଁ କେବେ ଦେଖିନାହିଁ ଯିଏ ପଥର ଫିଙ୍ଗି, ନିଆଁ ଲଗାଇ ହିଂସାକାଣ୍ଡ ରଚୁଛନ୍ତି । ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦିଆଯାଇଛି । କିନ୍ତୁ ଗଣତନ୍ତ୍ରର ବିଜୟ ନିଶ୍ଚୟ ହେବ । ବିଜେପିର ବିଜୟ ହେବ ଓ ଟିଏମସି ଅସ୍ତିତ୍ୱ ହରାଇ ପରାଜିତ ହେବ । ”

Click to comment

Leave a Reply

Your email address will not be published. Required fields are marked *

Most Popular

To Top