X
Breaking News
ଦେଶ

କଂଗ୍ରେସ ନେତାଙ୍କ ରୁମ୍‌ରୁ ସୁନା ବାସନ ଜବତ, ଲାଗିଲା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା

congress

କର୍ଣ୍ଣାଟକ: କର୍ଣ୍ଣାଟର ହୁବଲୀରେ ନିର୍ବାଚନ ଆୟୋଗଙ୍କ ଯାଞ୍ଚ ଟିମ୍ ଦୁଇଟି ହୋଟେଲରେ ଚଢାଉ କରିଛନ୍ତି । ତେବେ ଚଢାଉ ସମୟରେ କଂଗ୍ରେସ ନେତାଙ୍କ ରୁମ୍‌ରୁ ସୁନାର ବାସନ ଓ ଅନେକ ମୂଲ୍ୟବାନ ଜିନିଷ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଆଗାମୀ କୁନ୍ଦଗୋଲ ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏସବୁକୁ ବ୍ୟବହାର କରାଯିବା ନେଇ ମଧ୍ୟ ସୂଚନା ରହିଛି ।

ସୂଚନା ଥାଉ କି, ହୋଟେଲରେ କର୍ଣ୍ଣାଟକ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡି.କେ ଶିବକୁମାରଙ୍କ ସମେତ ଅନେକ କଂଗ୍ରେସ ନେତା ଓ ଜେଡିଏସ୍ ନେତାମାନେ ରହୁଥିଲେ । ତେବେ ଖବର ପାଇ ନିର୍ବାଚନ ଆୟୋଗର ସ୍ୱତନ୍ତ୍ର ଟିମ୍ ହୋଟେଲରେ ଚଢାଉ କରିଥିଲା । କଂଗ୍ରେସ ନେତ ଶିବକୁମାର ଚନ୍ଦ୍ରଶେଖର ଗୌକାବୀଙ୍କ ରୁମ୍‌ରୁ ସୁନା ବାସନ, ଦଳୀୟ ଟୋପି ଓ ଦିବଂଗତ ନେତା ଶିବାଲୀଙ୍କ ଫଟୋ ଜବତ କରାଯାଇଛି । ତେବେ ଶିବକୁମାରଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା ରୁଜୁ କରାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, କୁନ୍ଦଗୋଲ ଆସନରୁ ବିଧାୟକ ଥିବା ସିଏମ୍‌ ଶିବଲଙ୍କ କିଛି ମାସ ତଳେ ଦେହାନ୍ତ ହୋଇଯାଇଛି । ଏହି ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଆସନରେ କଂଗ୍ରେସ ଶିବାଲୀଙ୍କ ପତ୍ନୀ କୁସୁମତୀଙ୍କୁ ପ୍ରାର୍ଥୀ କରିଛି । କୁନ୍ଦଗୋଲ ସହିତ ଅନ୍ୟ ବିଧାନସଭା ଆସନରେ ମେ ୧୯ରେ ମତଦାନ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top