X
Breaking News
ଦେଶ

ମେହବୁବା ମୋତେ ବ୍ଲକ୍ କରିପାରନ୍ତି, ୧୩୦ କୋଟି ଦେଶବାସୀଙ୍କୁ ନୁହେଁ: ଗମ୍ଭୀର

gautam-gambhir

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଲୋକସଭା ନିର୍ବାଚନର ମହାସମର । ଗୁରୁବାର ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ପ୍ରକ୍ରିୟା ଚାଲିଥିବା ବେଳେ ଆଗାମୀ ପର୍ଯ୍ୟାୟଗୁଡିକ ପାଇଁ ପ୍ରଚାର ମଧ୍ୟ ଜୋରଶୋରରେ ଚାଲିଛି । କ୍ରିକେଟରରୁ ବିଜେପିର ନେତା ସାଜିଥିବା ଗୌତମ ଗମ୍ଭୀର ଗୁରୁବାର ଜାମ୍ମୁ-କାଶ୍ମୀରର ଉଧମପୁରରେ ନିର୍ବାଚନୀ ସଭା କରିଛନ୍ତି । ଏହି ସମୟରେ ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

ଗମ୍ଭୀର କହିଛନ୍ତି ଯେ, ମେହବୁବା ମୁଫତି ମୋତେ ବ୍ଲକ କରି ପାରନ୍ତି, ମାତ୍ର ଦେଶର ୧୩୦ କୋଟି ଜନତାଙ୍କୁ ବ୍ଲକ କରି ପାରିବେ ନାହିଁ । ଏହି ଦେଶରେ ଏକ ଲହର ପ୍ରବାହିତ ହେଉଛି । ଯଦି ସେ ଏହି ଲହରରେ ପ୍ରବାହିତ ହୋଇପାରିବେ ନାହିଁ, ତେବେ ସେ ବୁଡିଯିବେ । ୨୦୧୪ରେ ଏହା ଏକ ଲହର ଥିଲା ଏବଂ ୨୦୧୯ରେ ଏହା ଏକ ସୁନାମୀରେ ପରିଣତ ହୋଇ ସାରିଛି ।

ସୂଚନା ଯେ, ଗୌତମ ଗମ୍ଭୀର ଓ ମେହବୁବା ମୁଫତି ଏହା ପୂର୍ବରୁ ଅନେକ ଥର ଟ୍ଵିଟରେ ମୁହାଁମୁହିଁ ହୋଇସାରିଛନ୍ତି । ଗମ୍ଭୀର ଗୁରୁବାର ଉଧମପୁର ଜିଲ୍ଲାର ରାମନଗର ତହସିଲରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଦେଶରେ ଦୁଇଜଣ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ । ତେବେ ଏଠାରେ ଏପ୍ରିଲ ୧୮ରେ ଭୋଟିଂ ପ୍ରକ୍ରିୟା ହେବ ।

ନିର୍ବାଚନର କିଛି ଦିନ ପୂର୍ବରୁ ଗୌତମ ଗମ୍ଭୀର ଅର୍ଥମନ୍ତ୍ରୀ ଅରୁଣ  ଜେଟଲୀଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ସେ ଦିଲ୍ଲୀରେ ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି ।ଅନ୍ୟପଟେ, ଗମ୍ଭୀରଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ମେହବୁବା ମୁଫତି । ସେ କହିଛନ୍ତି, ଆଶା କରୁଛି ବିଜେପିରେ ଗମ୍ଭୀରଙ୍କ ରାଜନୈତିକ ପାଳି କ୍ରିକେଟ୍ କ୍ୟାରିୟର ପରି ବହୁତ ଖରାପ ନହେଉ। ଗମ୍ଭୀର ମଧ୍ୟ ଜବାବ ଦେଇ କହିଛନ୍ତି ଯେ, ଓହୋ… ତେଣୁ ଆପଣ ମୋର  ଟ୍ଵିଟର ହ୍ୟାଣ୍ଡେଲକୁ ଅନବ୍ଲକ କରି ଦେଲେ । ଆପଣଙ୍କୁ ମୋର ଟ୍ଵିଟର ଜବାବ ଦେବା ପାଇଁ ୧୦ ଘଣ୍ଟା ସମୟ ଲାଗିଗଲା । ଏହା ପରେ ଯୁକ୍ତିତର୍କ ଅଧିକ ଆଗକୁ ବଢିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top