ଦେଶ

ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦି

modi and imran
Courtesy: zeenews.india.com

ନୂଆଦିଲ୍ଲୀ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସହ ସମ୍ପର୍କ ଯୋଡ଼ିବାକୁ ନେଇ ବିଭିନ୍ନ ବୟାନବାଜି କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର କୌଣସି ସରଳିଆ କଥାରେ ଫସିବାକୁ ଚାହୁଁନଥିବା ଦେଖିବାକୁ ମିଳିଛି । ପାକିସ୍ତାନ ପ୍ରତି ନିଜର କଠୋର ମନୋଭାବକୁ ବଦଳାଇବାକୁ ପ୍ରସ୍ତୁତ ନାହାନ୍ତି ମୋଦି ।

କିରଗୀଜସ୍ଥାନଠାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ମଧ୍ୟ ଇମ୍ରାନ ଓ ମୋଦିଙ୍କ ମଧ୍ୟରେ କୌଣସି ସାକ୍ଷାତ ରଖାଯାଇନାହିଁ । ଆସନ୍ତା ୧୩ ଓ ୧୪ ତାରିଖରେ କିରଗିଜସ୍ଥାନର ରାଜଧାନୀ ବିଶେକଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଉଭୟ ମୋଦି ଓ ଇମ୍ରାନ ଯୋଗ ଦେବେ ।

କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ମିଟିଂ ରଖାଯାଇନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି । ସେହିଭଳି ନିଜର ଶପଥ ଗ୍ରହଣ ଉତ୍ସବକୁ ମୋଦି ସବୁ ପଡୋଶୀ ଦେଶର ରାଷ୍ଟ୍ରମୂଖ୍ୟମାନଙ୍କୁ ଡାକିଥିବାବେଳେ ପାକିସ୍ତାନକୁ ଡାକି ନଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top