ଦେଶ

ଭାରତ ଅନ୍ୟ ଦେଶଙ୍କ ପରି କରୋନା ଟିକା ପାଇଁ ରେସରେ ଅଛି : ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା 1.6 ମିଲିୟନ ଅତିକ୍ରମ କରିଛି। ବର୍ତ୍ତମାନ ପ୍ରତିଦିନ ହାରାହାରି 50 ହଜାର ଅଧିକ ସଂକ୍ରମଣ ମାମଲା ମଧ୍ୟ ଆସୁଛି । ତେବେ ଏହା ଭିତରେ ସଂକ୍ରମଣ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କରୋନା ଟିକା କେବେ ଆସିବ? କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଅନ୍ୟ ଦେଶ ପରି ଭାରତ ମଧ୍ୟ ଟିକା ବାହାର କରିବା ଦୌଡ଼ ରେ ଅଛି।

ଗ୍ରୁପ୍ ଅଫ୍ ମନ୍ତ୍ରୀ ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଆଜି ଆମର 7 ଟି ଟିକା ରହିଛି। ଏଥି ମଧ୍ୟରୁ ଦୁଇଟି ସଂପୂର୍ଣ୍ଣ ସ୍ୱଦେଶୀ ଏବଂ ଉନ୍ନତ ପର୍ଯ୍ୟାୟର । କେତେକ ମାନବ ପରୀକ୍ଷଣର ପର୍ଯ୍ୟାୟରେ ଅଛନ୍ତି ଏବଂ ଆମେ ଠିକ୍ ସମୟରେ ସକରାତ୍ମକ ଫଳାଫଳ ଆଶା କରୁଛୁ  । ଜାନୁଆରୀ 30ରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା ବର୍ତ୍ତମାନ କରୋନା ବିରୋଧରେ ଆମର ସଂଗ୍ରାମ 6 ମାସ ଶେଷ ହୋଇଛି। ଜାନୁଆରୀରେ ଆମେ ଗୋଟିଏ ଲ୍ୟାବ ସହ ଯାତ୍ରା ଆରମ୍ଭ କରିଥିଲୁ ଏବଂ ଆଜି ଆମର 1331 ଲ୍ୟାବ୍ ଅଛି  ।

କରୋନା ପରୀକ୍ଷା ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଗତକାଲି ଆମେ 6,42,888 ପରୀକ୍ଷା କରିଛୁ। ଆଜି ଆମେ ଏହି ପରିସ୍ଥିତିରେ ଅଛୁ, ଯେଉଁଠାରେ ଆମେ ପ୍ରତିଦିନ 5 ଲକ୍ଷ କରୋନା ପରୀକ୍ଷା କରିପାରିବା  । ଆଜି ଆମେ ଅନେକ ଚିକିତ୍ସା ଉପକରଣ ରପ୍ତାନି କରିବାର ସ୍ଥିତିରେ ଅଛୁ  । ଦେଶରେ କରୋନା ରୋଗୀଙ୍କ ସଂଖ୍ୟା 16 ଲକ୍ଷ 38 ହଜାରରୁ ଅଧିକ ହୋଇଛି। ଏଥିସହ କରୋନା ଯୋଗୁଁ 35,747 ରୋଗୀଙ୍କ ମୃତ୍ୟୁ ଘଟିଛି। ତେବେ ଭଲ କଥା ହେଉଛି ଯେ ଏପର୍ଯ୍ୟନ୍ତ ଦେଶରେ 10, 57, 805 ଲୋକ କରୋନାକୁ ହରେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top