ଅପରାଧ

ନୀରବ ମୋଦି ମାମଲା: ପିଏନ୍‌ବିର ଦୁଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଲମ୍ବିତ

nirav-modi_

ମୁମ୍ବାଇ: ବହୁ ଚର୍ଚ୍ଚିତ ନୀରବ ମୋଦି ଘୋଟାଲା ମାମଲାରେ କେନ୍ଦ୍ର ସରକାର ପଞ୍ଜାବ ନ୍ୟାସ୍‌ନାଲ୍‍ ବ୍ୟାଙ୍କର ଦୁଇ ଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ବହିଷ୍କାର କରିଛନ୍ତି । କେ ବୀରା ବ୍ରହ୍ମାଜୀ ରାଓ ଓ ସଞ୍ଜିବ ସରନଙ୍କ  ଉପରେ ନୀରବଙ୍କୁ ଋଣ ଦେବା ସମୟରେ ନିୟମ ପାଳନ କରି ନଥିବା ଅଭିଯୋଗ ହୋଇଥିଲା ।

ପୂର୍ବବର୍ଷ ଜାନୁଆରୀରେ ନୀରବ ମୋଦି ପିଏନ୍‌ବିରୁ ୧୪,୦୦୦ କୋଟି ନେଇ ପଳାଇଥିବା ଖବର ସାମ୍ନାକୁ ଆସିଥିଲା । ସୂଚନାଯୋଗ୍ୟ, ଶ୍ରୀ ରାଓଙ୍କ ଅବସର ପାଇଁ ଆଉ ମାତ୍ର ଦୁଇ ଦିନ ରହିଥିବା ବେଳେ ସଞ୍ଜିବ ଆସନ୍ତା ମେ’ ମାସରେ ଅବସର ଗ୍ରହଣ କରିଥାନ୍ତେ ।

ପରିଚାଳନାରେ ଅପରାଗତା ଓ ଦାୟିତ୍ୱହୀନତା କାରଣରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।  ହୀରା ବ୍ୟବସାୟୀ ନୀରବ ମୋଦି ପିଏନ୍‌ବିର ମୁମ୍ବାଇ ଶାଖାରୁ ଋଣ ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top