ଦେଶ

“ଭାରତ” ନାମକରଣର ରୋଚକ ଇତିହାସ…

ଅର୍ଗସ ବ୍ୟୁରୋ : ମହାରାଜା ଭରତଙ୍କ ନାମ ଅନୁସାରେ ଆମ ଦେଶର ନାମ ‘ଭାରତ’ ରଖାଯାଇଥିଲା। ମଧ୍ୟକାଳରେ ଯେତେବେଳେ ତୁର୍କୀ ଏବଂ ଇରାନୀମାନେ ଭାରତ ଆସିଥିଲେ ସେହି ସମୟରେ ସେମାନେ ସିନ୍ଧୁ ଘାଟି ଦେଇ ପ୍ରବେଶ କରିଥିଲେ। ସେମାନେ ‘ସ’ ର ଉଚ୍ଚାରଣ ‘ହ’ କରୁଥିଲେ। ଏଥିପାଇଁ ସେମାନେ ସିନ୍ଧୁକୁ ଅପଭ୍ରଂଶ କରି ହିନ୍ଦୁ ରଖିଥିଲେ। ସେମାନେ ଏଠାକାର ନିବାସୀଙ୍କୁ ‘ହିନ୍ଦୁ’ ବୋଲି କହିବାକୁ ଲାଗିଲେ। ଏହାପରେ ହିନ୍ଦୁଙ୍କ ଦେଶ ହିନ୍ଦୁସ୍ତାନ ନାମରେ ପରିଗଣିତ ହେଲା।

‘ସିନ୍ଧୁ’ ନଦୀର ଅନ୍ୟନାମ ‘ଇଣ୍ଡସ’ ଥିଲା। ଏହି ନଦୀ କୂଳରେ ବିକଶିତ ସଭ୍ୟତା ‘ଇଣ୍ଡସ ଭ୍ୟାଲି ସିଭିଲାଇଜେସନ’ କୁହାଗଲା। ଭାରତକୁ ଆସିଥିବା ବିଦେଶୀମାନେ ସିନ୍ଧୁ ନଦୀର ନାମ ‘ଇଣ୍ଡସ୍’ ରଖିଥିଲେ। ସିନ୍ଧୁ ସଭ୍ୟତା କାରଣରୁ ଭାରତର ପୁରୁଣା ନାମ ସିନ୍ଧୁ ବି ଥିଲା। ଏହାକୁ ଗ୍ରୀକରେ ‘ଇଣ୍ଡୋ’ ବା ‘ଇଣ୍ଡସ’ କୁହାଯାଏ। ଏହାପରେ ଏହି ଶବ୍ଦ ଲାଟିନ ଭାଷାରେ ପରିଣତ ହେବା ପରେ ଦେଶର ନାମ ଇଣ୍ଡିଆରେ ପରିଣତ ହୋଇଥିଲା।

ଯେଉଁ ସମୟରେ ଇଂରେଜମାନେ ଭାରତ ଆସିଥିଲେ। ସେହି ସମୟରେ ଆମ ଦେଶକୁ ହିନ୍ଦୁସ୍ତାନ କୁହାଯାଉଥିଲା। ଏହି ଶବ୍ଦ କହିବାକୁ ତାଙ୍କ ଅସୁବିଧା ହେଉଥିଲା। ତେଣୁ ସେମାନେ ହିନ୍ଦୁସ୍ତାନରୁ ‘ଇଣ୍ଡିଆ’ ରଖିଥିଲେ। ଇଂରେଜଙ୍କ ଶାସନକାଳ ସମୟରେ ‘ଇଣ୍ଡିଆ’ ନାମ ବହୁ ପ୍ରସିଦ୍ଧ ଥିଲା। ଆମ ଦେଶ ସାରା ବିଶ୍ଵରେ ଏହି ନାମରେ ପରିଚିତ ହେବାକୁ ଲାଗିଲା।

ଦେଶ ସ୍ଵାଧୀନ ହେବା ପରେ…

ତେବେ 1947 ମସିହା ଅଗଷ୍ଟ 15ରେ ଦେଶ ସ୍ଵାଧୀନ ହୋଇଥିଲା। ବର୍ଷବର୍ଷ ଧରି ଭାରତବାସୀଙ୍କ ତପସ୍ୟା ପରେ ଦେଶକୁ ମିଳିଥିବା ସ୍ଵାଧୀନତା ପରେ ଦେଶର ସମ୍ବିଧାନ ଗଠନ ହେଲା। ଏହାପରେ ଦେଶର ନାମକରଣକୁ ନେଇ ବହୁ ତର୍ଯ୍ୟମା ପରେ ଦେଶର ନାମ ‘ଇଣ୍ଡିଆ’ କିମ୍ବା ‘ଭାରତ’ ରଖାଯିବାକୁ ନିଷ୍ପତ୍ତି ନିଆଗଲା ଓ ଦେଶର ନାମ ସମ୍ବିଧାନର ଅନୁଚ୍ଛେଦ 1 ରେ ‘ଇଣ୍ଡିଆ’ ଅର୍ତାତ୍ ‘ଭାରତ’ ରଖାଗଲା। ଦେଶ ସ୍ଵାଧୀନ ହେବାପରେ ଦେଶର ‘ରାଷ୍ଟ୍ରଗୀତ’ ଓ ‘ତ୍ରିରଙ୍ଗା’ ପୂର୍ବରୁ ନିର୍ଦ୍ଧାରିତ ହୋଇ ସାରିଥିଲା ଏବଂ ସ୍ପଷ୍ଟ କରାଯାଇଥିଲା ଯେ, ‘ଏବେ ଏହି ଦେଶରେ ଭାରତ ମାତାର ଜୟଗାନ କରାଯିବ ଏବଂ ନାରା ଦିଆଯିବ।‘

Click to comment

Leave a Reply

Your email address will not be published. Required fields are marked *

Most Popular

To Top