X
Breaking News
ଟିଭି

“ଭୋଟ୍ ଦେବାକୁ ଚାହେଁ, କିନ୍ତୁ ଦେଇପାରିିବିନି…”

alia bhatt

ମୁମ୍ୱାଇ: ଭୋଟିଂ ଦେବାକୁ ସାରା ବଲିଉଡ୍ ପ୍ରସ୍ତୁତ ହୋଇ ରହିଛି । ଏପ୍ରିଲ 29ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୁମ୍ୱାଇରେ ଭୋଟ୍ ଗ୍ରହଣ କରାଯିବ । ତେବେ ବଲିଉଡ୍ ଲୋକପ୍ରିୟ ନାୟିକା ଆଲିୟା ଭଟ୍ଟ କିନ୍ତୁ ଇଚ୍ଛା ଥିଲେ ମଧ୍ୟ ଭୋଟ୍ ଦେଇପାରିବେ ନାହିଁ ବୋଲି ଏକ ଟେଲିଭିଜନ ଇଣ୍ଟର୍ଭ୍ୟୁରେ ଖୁଲାସା କରିଛନ୍ତି ।

ଏକ ଟିଭି ଇଣ୍ଟର୍ଭ୍ୟୁରେ ଆଲିୟା କହିଛନ୍ତି ଯେ, ସେ ମତଦାନ କରିବାକୁ ଚାହାନ୍ତି । କିନ୍ତୁ ଯେହେତୁ ତାଙ୍କ ପାଖରେ ଭାରତୀୟ ପାସପୋର୍ଟ ନାହିଁ, ତେଣୁ ସେ ଭୋଟ୍ ଦେଇପାରିବେ ନାହିଁ । ତେବେ ଆଲିଆଙ୍କ ମାଆ ସୋନୀ ରାଜଦାନଙ୍କ ପାଖରେ ବ୍ରିଟିଶ୍ ନାଗରିକତା ଏବଂ ଆଲିଆଙ୍କ ପାଖରେ ମଧ୍ୟ ବ୍ରିଟିଶ୍ ସିଟିଜନସିପ୍ ରହିଛି ।

ସୂଚନା ଯେ, ଫିଲ୍ମ ‘କଲଙ୍କ୍‌’ର ଟିମ୍ ସହ ଆଲିୟା ଏକ ଟିଭି ଇଣ୍ଟର୍ଭ୍ୟୁ ଦେବାକୁ ପହଞ୍ଚିଥିଲେ । ଏହି ସମୟରେ ଯେତେବେଳେ ସମସ୍ତଙ୍କୁ ଲୋକସଭା ନିର୍ବାଚନରେ ଭୋଟ ଦେବେ କି ନାହିଁ ବୋଲି ପ୍ରଶ୍ନ କରାଗଲା, ସେତେବେଳେ ସମସ୍ତେ ଭୋଟ ଦେବାକୁ ଉତ୍ସୁକତାର ସହ ହଁ କରିଥିଲେ । କିନ୍ତୁ ଆଲିଆ ମନଦୁଃଖରେ କହିଥିଲେ “ମୋ ପାଖରେ ଭାରତର ପାସପୋର୍ଟ ନାହିଁ, ଏଣୁ ମୁଁ ଭୋଟ୍ ଦେଇପାରିବି ନାହିଁ ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top