X
Breaking News
ଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ସାମ୍ୱାଦିକ ସମ୍ମିଳନୀ, କହିଲେ ବହୁମତରେ ପୁଣି ଆସିବୁ

Modi-Shah

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପାର୍ଟି ମୁଖ୍ୟାଳୟରେ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି । ଏହି ଅବସରରେ ଅମିତ ଶାହଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଅଛନ୍ତି । କିଛି ସମୟ ମଧ୍ୟରେ ନିର୍ବାଚନ ପ୍ରଚାର ଅବଧି ଶେଷ ହେବାକୁ ଥିବା ବେଳେ ମୋଦି ଓ ଅମିତ ଶାହଙ୍କ ସାମ୍ୱାଦିକ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି ।

ସାମ୍ୱାଦିକ ସମ୍ମିଳନୀରେ ଶାହ କହିଛନ୍ତି ମୋଦି ସରକାରଙ୍କ ଯୋଜନା ଦେଖାଯାଉଥି । ପ୍ରତ୍ୟେକ 15 ଦିନ ମଧ୍ୟରେ ଏକ ଯୋଜନା କରାଗଲା । 133 ଯୋଜନା ମାଧ୍ୟମରେ ଜନତାଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚିଲା ବିଜେପି ଏବଂ ଦେଶ ବିକାଶ ଦିଗରେ ଅଗ୍ରସର ହେଲା ।

ସେହିପରି ମୋଦି କହିଛନ୍ତି ଯେ, 2019 ନିର୍ବାଚନ ସକରାତ୍ମକ ଏବଂ ଶାନଦାର ଥିଲା । ସେ କହିଛନ୍ତି ଯେ, ଚଳିତ ନିର୍ବାଚନରେ ସେ ପ୍ରଚାର କରୁନଥିଲେ ବରଂ ଜନତାଙ୍କୁ ଧନ୍ୟବାଦ ଦେଉଥିଲେ ।

ମୋଦି ପୁଣି କହିଛନ୍ତି, ଭାରତ ଦୁନିଆର ସବୁଠାରୁ ବଡ଼ ଲୋକତନ୍ତ୍ର । ଆମେ ଦୁନିଆକୁ ପ୍ରଭାବିତ କରିବା ଉଚିତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top