X
Breaking News
ଦେଶ

ସାଧ୍ୱୀ ପ୍ରଜ୍ଞାଙ୍କୁ କେବେ କ୍ଷମା କରିପାରିବେନି ମୋଦି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ 2019ର ଶେଷ ପର୍ଯ୍ୟାୟ ମତାଦାନ ପୂର୍ବରୁ ଭୋପାଲ ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗୋଡ୍‌ସେଙ୍କୁ ଦେଶଭକ୍ତ କହି ପୁଣି ବିବାଦରେ ଫସିଛନ୍ତି । ଏହାକୁ ନେଇ ପ୍ରତିପକ୍ଷ ମଧ୍ୟ ଟାର୍ଗେଟ୍ କରୁଛି । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ନିଜ ପ୍ରତିକ୍ରିୟା ।

ମୋଦି କହିଛନ୍ତି, “ଯଦିଓ ସାଧ୍ୱୀ ପ୍ରଜ୍ଞା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । କିନ୍ତୁ ମୁଁ ମୋ ମନରେ ତାଙ୍କୁ କେବେ କ୍ଷମା କରିପାରିବି ନାହିଁ ।“

ବିଜେପିର ଅଫିସିଆଲ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ଜାରି କରାଯାଇଛି । ପ୍ରତିକ୍ରିୟାରେ ମୋଦି କହିଛନ୍ତି ଯେଡ, ମହାତ୍ମା ଗାନ୍ଧୀ ଓ ନାଥୁରାମ୍ ଗୋଡ୍‌ସେଙ୍କୁ ନେଇ ଯେପରି ମନ୍ତବ୍ୟ ରଖାଯାଇଛି, ତାହା ଭୟଙ୍କର ଭାବେ ଖରାପ ମନ୍ତବ୍ୟ ।


ମୋଦି କହିଛନ୍ତି, ଏଭଳି ବିଷୟ ସମ୍ପୂର୍ଣ୍ଣ ଭାବେ ଘୃଣା ଯୋଗ୍ୟ । ଭବ୍ୟ ସମାଜରେ ଏଭଳି ଆଲୋଚନା କରାଯାଏ ନାହିଁ । ଯଦିଓ ସେମାନେ (ସାଧ୍ୱୀ ପ୍ରଜ୍ଞା, ଅନନ୍ତ ହେଗଡ଼େ ) ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ସେ ମୋଦି ନିଜ ମନରୁ କେବେ ବି କ୍ଷମା କରିପାରିବେ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top