X
Breaking News
ଦେଶ

ମୋଦିଙ୍କ ବଦଳରେ ବିଗ୍ ବିଙ୍କୁ ପ୍ରଧାନମନ୍ତ୍ରୀ କରିବା ଉଚିତ୍: ପ୍ରିୟଙ୍କା

priyanka

ମିର୍ଜାପୁର: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦିଙ୍କୁ ଜଣେ ଅଭିନେତା ବୋଲି କହି ସମାଲୋଚନା କରିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା କହିଛନ୍ତି, ଲୋକମାନେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପରିବର୍ତ୍ତେ ଅମିତାଭ ବଚ୍ଚନଙ୍କୁ ବାଛିବା ଉଚିତ । ଉତ୍ତରପ୍ରଦେଶର ମିର୍ଜାପୁରଠାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ପ୍ରିୟଙ୍କା ମୋଦିଙ୍କୁ ଏପରି ସମାଲୋଚନା କରିଛନ୍ତି । ପ୍ରିୟଙ୍କା ରାଲିକୁ ସମ୍ବୋଧନ କରି କହିଛନ୍ତି, ‘ଏବେ ଆପଣ ବୁଝିଯାଆନ୍ତୁ ଯେ ଆପଣ ଦୁନିଆର ସବୁଠାରୁ ବଡ଼ ଅଭିନେତାଙ୍କୁ ନିଜର ପ୍ରଧାନମନ୍ତ୍ରୀ ଭାବେ ବାଛି ଦେଇଛନ୍ତି । ଏହାଠାରୁ ଭଲ ହୋଇଥାନ୍ତା ଯଦି ଆପଣ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଥାନ୍ତେ । ଏହି ଦୁଇ ଜଣଙ୍କ ଭିତରୁ କେହି ହେଲେ ଆପଣଙ୍କ ପାଇଁ କିଛି କରିନଥାନ୍ତେ ।’
ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ପୂର୍ବରୁ ଦଳୀୟ ପ୍ରାର୍ଥୀ ଲଲିତେଶ ତ୍ରିପାଠୀଙ୍କ ପାଇଁ ପୂର୍ବ ଉତ୍ତରପ୍ରଦେଶରେ ଏକ ରୋଡ ଶୋ’ କରିଥିଲେ । ନିର୍ବାଚନୀ ପ୍ରଚାର ସମୟରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ପୂର୍ବରୁ ମଧ୍ୟ ଅନେକ ଥର ଟାର୍ଗେଟ କରି ସାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top