X
Breaking News
ଟିଭି

ପାଣ୍ଡ୍ୟାଙ୍କ ସହ ଫଟୋ ସେୟାର କରି କ୍ରିଷ୍ଟାଲ୍ ହେଲେ ଟ୍ରୋଲ୍…

Cristal desouza

ମୁମ୍ୱାଇ: ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଚର୍ଚ୍ଚାରେ । ଟିଭି ଆକ୍ଟ୍ରେସ କ୍ରିଷ୍ଟାଲ ଡିସୁଜା ହାର୍ଦ୍ଦିକଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଉଭୟଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଫଟୋ କ୍ୟାପଶନ୍‌କୁ ନେଇ ଏ ଚର୍ଚ୍ଚା ଜୋର ଧରିଛି ।

ଲୋକପ୍ରିୟ ଟିଭି ଆକ୍ଟ୍ରେସ୍ କ୍ରିଷ୍ଟାଲ ଡିସୁଜା ନିଜ ଇନଷ୍ଟାଗ୍ରାମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ତେବେ କ୍ରିଷ୍ଟାଲ୍ ଫଟୋ କ୍ୟାପଶନ୍‌ରେ ଖାଣ୍ଟି ମୁମ୍ୱାଇର ଲୋକାଲ୍ ଭାଷାରେ ଲେଖିଛନ୍ତି “ମେରେ ଭାଇ ଜୈସା କୋଇ ହାର୍ଡ ଇଚ୍ ହି ନହିଁ ହେ ।” କ୍ରିଷ୍ଟାଲଙ୍କ ଏଭଳି ଅନ୍ଦାଜ୍ ସୋସିଆଲ ମିଡିଆ ୟୁଜର୍ସଙ୍କୁ ବିଶେଷ ପସନ୍ଦ ଆସିଲାନାହିଁ । ଏନେଇ ମନଭରି ଇନ୍‌ଷ୍ଟା ୟୁଜର୍ସ କ୍ରିଷ୍ଟାଲଙ୍କୁ କରିଛନ୍ତି ଟ୍ରୋଲ୍ । ପ୍ରତିକ୍ରିୟା ଦେଇନାହାନ୍ତି ହାର୍ଦ୍ଦିକ୍ ।

ସୂତ୍ର ଅନୁସାରେ, କ୍ରିଷ୍ଟାଲ ଓ ହାର୍ଦ୍ଦିକଙ୍କ ଏହି ଫଟୋ କିଛି ଦିନ ପୂର୍ବେ ମୁମ୍ୱାଇର ଏକ ରେସ୍ତୋରାଁରେ ଡିନର କରିବା ସମୟର । ଫଟୋ ଟିକୁ ସେୟାର କରିବା ପରେ କ୍ରିଷ୍ଟାଲଙ୍କ କ୍ୟାପଶନ୍ ଦେଖି ୟୁଜର୍ସ ତାଙ୍କୁ ମନଇଚ୍ଛା ଟ୍ରୋଲ କରିଛନ୍ତି । ଟିକେ ନଜର ପକାନ୍ତୁ…

 

View this post on Instagram

 

Mere Bhai Jaisa Koi Hard ich Nahi Hai 🤙🏻 . . . . #brotherfromanothermother

A post shared by 𝙆𝙧𝙮𝙨𝙩𝙡𝙚 𝘿’𝙨𝙤𝙪𝙯𝙖 (@krystledsouza) on

Click to comment

Leave a Reply

Your email address will not be published. Required fields are marked *

Most Popular

To Top