ଦେଶ

‘ସର୍ବ ସମ୍ମୁଖରେ ଆତ୍ମହତ୍ୟା କରିଦେବି’ କହି ଗମ୍ଭୀରଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ୍

gautam-gambhir

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ତୁ,ତୁ-ମେଁ,ମେଁ ବଢିବାରେ ଲାଗିଛି । ପୂର୍ବ ଦିଲ୍ଲୀରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଆତିଶି ମାର୍ଲେନଙ୍କ ପ୍ରତି ଆଶାଳୀନ ପୋଷ୍ଟର ବଣ୍ଟା ପ୍ରସଙ୍ଗ ନେଇ ଏହି ତିକ୍ତତା ଆରମ୍ଭ ହୋଇଛି । ଏନେଇ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଏବେ ଏପରି ଏକ ଚ୍ୟାଲେଞ୍ଜ ଦେଇଛନ୍ତି, ଯାହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଗୌତମ୍ ଗମ୍ଭୀର ଆମ୍ ଆଦମୀ ପାର୍ଟିକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ଯଦି ପାର୍ଟି ଏହା ପ୍ରମାଣ କରିଦିଏ ଯେ, ପୋଷ୍ଟର ତାଙ୍କ ଦ୍ଵାରା ବଣ୍ଟା ଯାଇଛି ତେବେ ସେ ଜନତାଙ୍କ ସମ୍ମୁଖରେ ଆତ୍ମହତ୍ୟା କରିଦେବେ ।

ସୂଚନା ଯେ, ଗୌତମ ଗମ୍ଭୀର ଟ୍ଵିଟ୍ କରି ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଟ୍ୟାଗ୍ କରି କହିଛନ୍ତି ଯେ, ଯଦି ସେମାନେ ଏହା ପ୍ରମାଣ କରି ଦେବେ ଯେ ପୋଷ୍ଟର ବାଣ୍ଟିବା ମାମଲାରେ ଯଦି ତାଙ୍କର ହାତ ଥାଏ ତେବେ ସେ ଜନତାଙ୍କ ସମ୍ମୁଖରେ ଆତ୍ମହତ୍ୟା କରି ଦେବେ। ଯଦି ଏହା ପ୍ରମାଣ କରି ପାରିବେ ନାହିଁ ତେବେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ରାଜନୀତି ଛାଡିବାକୁ ପଡିବ । କଣ ଆପ୍ ଏହା ସ୍ଵୀକାର କରିବ ?

ପ୍ରକାଶ ଥାଉ କି, ଏହା ପୂର୍ବରୁ ଆତିଶି ମାର୍ଲେନ ଦିଲ୍ଲୀ ମହିଳା ଆୟୋଗରେ ଏହି ମାମଲାରେ ମାମଲା ରୁଜୁ କରିଥିଲେ । ଏହାସହ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗମ୍ଭୀରଙ୍କ ଉପରେ ମାନହାନୀ ମାମଲା ଦାୟର କରିବାକୁ କହିଛନ୍ତି । ଅନ୍ୟପଟେ ଗମ୍ଭୀରଙ୍କୁ କ୍ରିକେଟର ହରଭଜନ ସିଂହ ଓ ଭିଭିଏସ ଲକ୍ଷ୍ମଣଙ୍କ ସମର୍ଥନ ମିଳିଛି ।

ହରଭଜନ ଟ୍ଵିଟ୍ କରି କହିଛନ୍ତି ଯେ, ଗମ୍ଭୀର ଜିତନ୍ତୁ ନା ହାରନ୍ତୁ ଏହା ଭିନ୍ନ କଥା, ମାତ୍ର ସେ ମହିଳାଙ୍କ ଉପରେ ଏପରି ଆଶାଳୀନ ଶବ୍ଦ କହି ପାରିବେ ନାହିଁ । ତେବେ ଏହା ପୂର୍ବରୁ ଗମ୍ଭୀର କହିଥିଲେ ଯେ, ଯଦି ଅଶାଳୀନ ପୋଷ୍ଟର ବିବାଦରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣ କରାଯାଏ, ତେବେ ସେ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top