X
Breaking News
ଟିଭି

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ କରଣ

karan obrai

ମୁମ୍ୱାଇ: ଲୋକପ୍ରିୟ ଟିଭି ଆକ୍ଟର କରଣ ସିଂହ ଓବରୟଙ୍କ ବିରୁଦ୍ଧରେ ଆସିଛି ଦୁଷ୍କର୍ମ ଅଭିଯୋଗ । ଜଣେ ମହିଳା ଜ୍ୟୋତିଷ୍କ ବିବାହର ପ୍ରତିଶ୍ରୁତି ଦେଇ କରଣ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି । ତେବେ ପୀଡିତାଙ୍କ ଅଭିଯୋଗ ପରେ କରଣଙ୍କୁ ପୋଲିସ୍ ଗିରଫ୍ କରିଛି ।

Karan Obrai

courtesy: www.hindustantimes.com

ମହିଳାଙ୍କ ଅଭିଯୋଗ ଅନୁସାରେ, ଆକ୍ଟର କରଣ ସିଂହ ଓବରୟ ଓ ସେ ଏକ ଡେଟିଂ ଆପ୍‌ରୁ ପରିଚିତ ହେଲେ । ଡେଟିଂ ଆପ୍‌ରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସୃଷ୍ଟି ହେଲା । ଦିନେ ମହିଳାଙ୍କୁ କରଣ ତାଙ୍କ ଫ୍ଲାଟ୍‌କୁ ଦେଖାକରିବାକୁ ଡାକିଥିଲେ ।  ସେଠାରେ ସେ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଦୁଷ୍କର୍ମ କରିବାର ଭିଡିଓ ମଧ୍ୟ କରିଛନ୍ତି କରଣ ।

ପୀଡିତା ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ଦୁଷ୍କର୍ମର ଭିଡିଓକୁ ମାଧ୍ୟମ କରି କରଣ ତାଙ୍କୁ ଟଙ୍କା ମାଗୁଥିଲେ । ଏନେଇ ପୀଡିତା ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ କରଣଙ୍କୁ ଗିରଫ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top