ଟେକ୍ନୋଲୋଜି

ଡାଟା-ସାଇବର ସୁରକ୍ଷା ନେଇ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରିଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ ଆମେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛୁ, ବିଶେଷ କରି ଭାରତର କୃଷକ, ଯୁବକ ଏବଂ ଉଦ୍ୟୋଗୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଟେକ୍ନୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଶକ୍ତିର ଲାଭ କିପରି ଦେଶର ସାଧରଣ ଲୋକେ ପାଇ ପାରିବେ ସେ ନେଇ ଆଲୋଚନା କରିଛୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ସୁନ୍ଦର ପିଚାଇଙ୍କ ସହ କଥାବାର୍ତ୍ତା ବେଳେ ମୁଁ କରୋନା ସମୟରେ ଉତ୍ପନ୍ନ ହେଉଥିବା ନୂତନ କାର୍ଯ୍ୟ ସଂସ୍କୃତି ବିଷୟରେ କହିଥିଲି । ବିଶ୍ୱ ମହାମାରୀ କ୍ରୀଡା ପରି କ୍ଷେତ୍ରକୁ ଆଣିଥିବା ଆହ୍ୱାନ ଗୁଡିକ ବିଷୟରେ ଆଲୋଚନା କରିଥିଲୁ । ଡାଟା ସୁରକ୍ଷା ଏବଂ ସାଇବର ନିରାପତ୍ତାର ଗୁରୁତ୍ୱ ବିଷୟରେ ମଧ୍ୟ ଆମେ ଆଲୋଚନା କରିଛୁ ।’

ଗୁଗଲ ଦ୍ୱାରା ଅନେକ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟ ବିଷୟରେ ମୁଁ ଜାଣିଲି । ବିଶେଷକରି ଶିକ୍ଷା, ଡିଜିଟାଲ ଇଣ୍ଡିଆ, ଡିଜିଟାଲ ପେମେଣ୍ଟ ସହିତ ଅନ୍ୟାନ୍ୟ କ୍ଷେତ୍ରରେ । ଭାରତରେ ଟେକ୍ନୋଲୋଜି କ୍ଷେତ୍ରରେ ସମ୍ଭାବନା ବିଷୟରେ ସୁନ୍ଦର ପିଚାଇଙ୍କ ସହ ଆଲୋଚନା କରିଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରଶୀଳ ଭାରତର ସ୍ଲୋଗାନ ଦେଇଛନ୍ତି । ସେ କହିଛନ୍ତି ଯେ ଭାରତରେ ପ୍ରତିଭାର ଅଭାବ ନାହିଁ । ଯଦି ଭାରତର ଯୁବକମାନେ ଚାହାଁନ୍ତି, ତେବେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ପ୍ରତିଭା ସମଗ୍ର ବିଶ୍ୱରେ ପ୍ରତିପାଦିତ ହୋଇପାରିବ  । ଏହି ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ମୋଦି ଅନେକ କ୍ଷେତ୍ର ସହ ଜଡିତ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।

ଏହାସହ ସୁନ୍ଦର ପିଚାଇ ବର୍ତ୍ତମାନ ‘ଗୁଗୁଲ୍ ଫର୍ ଇଣ୍ଡିଆ ଡିଜିଟାଇଜେସନ୍ ପାଣ୍ଠି’ ଘୋଷଣା କରିଛନ୍ତି, ଯାହା ମାଧ୍ୟମରେ ସେମାନେ ଆସନ୍ତା 5-7 ବର୍ଷ ମଧ୍ୟରେ ଭାରତରେ 75,000 କୋଟି କିମ୍ବା 10 ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top