X
Breaking News
ଦେଶ

ଲୋକସଭାରେ ବିପୁଳ ବିଜୟ ପରେ ବି ଶାହଙ୍କ ମନ ଶାନ୍ତ ହୋଇନି

Amit-saha

ନୂଆଦିଲ୍ଲୀ: ପ୍ରଚଣ୍ଡ ବହୁମତ ପରେ ବି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନ ମାନୁନି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବ୍‌ରାଜ୍‌ ସିଂହ ଚୌହାନଙ୍କୁ ବିଜେପି ସଦସ୍ୟ ସଂଖ୍ୟା ବଢାଇବା ପାଇଁ ଦେଇଛନ୍ତି ନିର୍ଦ୍ଦେଶ । ଏହା ସହ ଅନ୍ୟ ମନ୍ତ୍ରୀ ଓ ନେତାଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାରା ଦେଶରେ ଆହୁରି 20% ସଦସ୍ୟ ସଂଖ୍ୟା ବଢିବା ଆବଶ୍ୟକ । 2019ରେ ବିଜେପି 303 ଲୋକସଭା ଆସନ ପାଇ ଦ୍ୱତୀୟ ଥର ସରକାର ଗଠନ କରିଥିଲେ ମଧ୍ୟ ଦଳ ପାଇଁ ସ୍ୱର୍ଣ୍ଣିମ ଅବସର ଆସି ନାହିଁ ।

ଯେଉଁ ସବୁ ରାଜ୍ୟରେ ଆଶାନୁରୂପ ଫଳ ମିଳିପାରି ନାହିଁ ସେହି ରାଜ୍ୟରେ ବିଜେପିର ସଦସ୍ୟ ସଂଖ୍ୟା ବଢିବା ଆବଶ୍ୟକ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ୫ ଜଣିଆ ସଦସ୍ୟତା ସମିତି ଗଠନ କରାଯାଇଛି । ଏହି କମିଟିରେ ଶିବରାଜ ସିଂ ଚୌହାନ ସଂଯୋଜକ ରହିଥିବା ବେଳେ ଦୁଷ୍ୟନ୍ତ ଗୌତମ, ସୁରେଶ ପୂଜାରୀ, ଶୋଭା ସୁରେନ୍ଦ୍ରନ ଓ ଅରୁଣ ଚତୁର୍ବେଦୀ ସହ ସଂଯୋଜକ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top