ଦେଶ

ଦୁନିଆର ଟପ୍ ୫୦ କମ୍ପାନୀ ମଧ୍ୟରେ ରିଲାଏନ୍ସ ସାମିଲ, ଶୀର୍ଷ ୧୦୦ରେ ଦୁଇ ଭାରତୀୟ କମ୍ପାନୀ

mukesh-ambani

ନୂଆଦିଲ୍ଲୀ: କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବିଶ୍ୱର ୫୦ ମୂଲ୍ୟବାନ କମ୍ପାନୀ ଲିଷ୍ଟରେ ସ୍ଥାନ ପାଇଛି । ୪୮ ତମ ମୂଲ୍ୟବାନ କମ୍ପାନୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଉଭା ହୋଇଛି । ରିଲାଏନ୍ସ କମ୍ପାନୀର ବଜାର ମୂଲ୍ୟ ଏବେ ୧୩ ଲକ୍ଷ କୋଟି ପାର କରିବା ସହ ପ୍ରଥମ ଭାରତୀୟ କମ୍ପାନୀ ଭାବେ ନିଆରା ପରିଚୟ ସୃଷ୍ଟି କରିଛି । ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ କମ୍ପାନୀ ୧୩ ଲକ୍ଷ କୋଟି ଟଙ୍କା ସ୍ତରକୁ ପାର କରିନଥିଲା ।
ତେବେ ଏହି ଲିଷ୍ଟରେ ୧୭୦୦ ଆରବ ଡଲାର ପୁଞ୍ଜିକରଣ ସହ ଟପ୍‌ରେ ରହିଛି ସାଉଦି ଓରାମକୋ । ଏହା ତଳକୁ ଆପଲ, ମାଇକ୍ରୋସଫ୍ଟ, ଆମାଜନ, ଆଲ୍ଫାବେଟ(ଗୁଗଲ) ମୂଲ୍ୟବାନ କମ୍ପାନୀ ଭାବେ ସ୍ଥାନ ପାଇଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଲଗା ଅଲଗା ଶେୟାରରେ ଭିନ୍ନ ଭିନ୍ନ କାରବାର ହେବା ସହ ବଜାର ମୂଲ୍ୟାଙ୍କନ ୧୩.୫ ଲକ୍ଷ କୋଟି ବା ୧୮୧ ଆରବ ଡଲାରରୁ ଅଧିକ ଥିଲା । ଓରାକିଲ୍‌, ବ୍ୟାଙ୍କ ଅଫ ଚାଇନା, ୟୁନିଲିଭର କମ୍ପାନୀ ମଧ୍ୟ ରିଲାଏନ୍ସ ତଳକୁ ରହିଛନ୍ତି । ଏସିଆରେ ରିଲାଏନ୍ସ ଶୀର୍ଷ ୧୦ କମ୍ପାନୀ ମଧ୍ୟରେ ସାମିଲ ହୋଇଛି । ଚୀନର ଅଲିବାବା ବିଶ୍ୱରେ ୭ ନମ୍ବର ସ୍ଥାନରେ ରହିଛି ।

ତେବେ ଦୁନିଆର ଶୀର୍ଷ ୧୦୦ କମ୍ପାନୀ ମଧ୍ୟରେ ଭାରତୀୟ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସ୍ ମଧ୍ୟ ସ୍ଥାନ ପାଇଛି । ଟିସିଏସର ବଜାର ପୁଞ୍ଜିକରଣ ୮.୧୪ ଲକ୍ଷ କୋଟି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top