X
Breaking News
ଦେଶ

ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ କଲା ‘ଚନ୍ଦ୍ରାୟନ-୨’

chandrayaan-2
courtesy: www.hindustantimes.com

ଶ୍ରୀହରିକୋଟ୍ଟା: ଜୁଲାଇ ୧୫ରେ  ଭାରତର ରକେଟ୍‌ ‘ଚନ୍ଦ୍ରାୟନ-୨’ ମହାକାଶ ଯାନକୁ ଉତ୍‌କ୍ଷେପଣ କରିବ । ଭାରତୀୟ ଅନ୍ତରୀକ୍ଷଅନୁସନ୍ଧାନ କେନ୍ଦ୍ର(ଇସ୍ରୋ)ର ‘ଚନ୍ଦ୍ରାୟନ-୨’ ୧୫ ଜୁଲାଇରେ ପାଖାପାଖି 2.51 ମିନିଟ୍‌ ରେ ଶ୍ରୀହରିକୋଟାର ସତିଶ ଧଓ୍ୱନ୍‌ ସେଣ୍ଟରରୁ ଲଞ୍ଚ ହେବ । ଏହା ସେପ୍ଟେମ୍ୱର 6ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଅନୁମାନ କରାଯାଉଛି । ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ।ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟ କ୍ଷମ ରହି ଏହାର ମିସନ୍‌ ଜାରି ରଖିବ।

ସକାଳ ୬: ୧୫ରେ ଓଲଟାଗଣନ ଆରମ୍ଭ ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର ଅଧ୍ୟକ୍ଷ କେ. ଶିବନ କହିଛନ୍ତି। ‘ବାହୁବଳୀ’ ହେଉଛି ୪୪ ମିଟର ଉଚ୍ଚ ଏବଂ ୬୪୦ ଟନ୍‌ ଓଜନବିଶିଷ୍ଟ ରକେଟ୍‌ ଯାହାର ପ୍ରକୃତ ନାମ ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ-ମାର୍କ ଥ୍ରି ବା ଜିଏସ୍‌ଏଲ୍‌ଭି-ଏମ୍‌କେ ଥ୍ରି। ବାହୁବଳୀ ସିନେମାର ନାୟକ ଭାରୀ ଶିବଲିଙ୍ଗ ଉଠାଇଲା ଭଳି ଏହି ରକେଟ୍‌ ୩. ୮ ଟନ୍‌ ଓଜନବିଶିଷ୍ଟ ଚନ୍ଦ୍ରାୟନ-୨ ମହାକାଶ ଯାନକୁ ଉଠାଇ ନେଇ ଉତ୍‌କ୍ଷେପଣ କରିବ।

ଏହି ମିସନ୍‌ରେ ୧୩ଟି ଭାରତୀୟ ପେଲୋଡ ରହିଛି। ରୋଭର୍‌ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ , ଆଇରନ୍‌ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିଶନ୍‌ ଅଧ୍ୟୟନ କରିବ।ପୂରା ମିଶନରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ପ୍ରଥମ ଥର ପାଇଁ ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରାଇବା ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ। ଚନ୍ଦ୍ରଯାନ-୧ ମିଶନର ୧୧ ବର୍ଷ ପରେ ଏହି ଦ୍ୱିତୀୟ ଚନ୍ଦ୍ର ଅଭିଯାନ ପାଇଁ ଇସ୍ରୋ ଆଶାବାଦୀ ଥିବା ବେଳେ, ଏହା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ଅଭିଯାନ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡ୍ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ଅର୍ଜନ କରିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top