ଦେଶ

ଭାରତ-ସାଉଦି ଆରବ ମୋଦି ଓ କ୍ରାଉନ୍ ପ୍ରିନ୍ସ୍‌ଙ୍କ ଅଧ୍ୟକ୍ଷତାରେ ରଣନୈତିକ ଭାଗିଦାରୀ ପରିଷଦର ସ୍ଥାପନା କଲେ

SAUDI

ଅର୍ଗସ୍ ବ୍ୟୁରୋ: ଭାରତ ଓ ସାଉଦି ଆରବ ନିଜର ସଂପର୍କକୁ ଦୃଢ କରିବା ପାଇଁ ତୈଳ, ଗ୍ୟାସ୍, ପ୍ରତିରକ୍ଷା ଏବଂ ବେସାମରିକ ବିମାନ ଚଳାଚଳ ସମେତ ଅନ୍ୟ ପ୍ରମୁଖ କ୍ଷେତ୍ରରେ ବୁଝାମଣାପତ୍ର ଉପରେ ସ୍ୱାକ୍ଷର ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ସହିତ ରଣନୈତିକ ଭାଗିଦାରୀ ପରିଷଦ ସହ ମଧ୍ୟ ବୁଝାମଣାପତ୍ର ଉପରେ ସ୍ୱାକ୍ଷର କରିଛନ୍ତି । ମୋଦି ୨ ଦିନିଆ ଗସ୍ତ କାଳରେ ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ (ଏଫଆଇଆଇ)ରେ ସାମିଲ ହୋଇଛନ୍ତି । ଗସ୍ତ କାଳରେ ମୋଦି ସାଉଦି ରାଜା ଶାହ ସଲମାନ ବିନ୍ ଅବଦୁଲ ଅଜିଜଙ୍କୁ ଭେଟିଛନ୍ତି ଏବଂ ଉଭୟ ନେତାଙ୍କ ମଧ୍ୟରେ ଦ୍ୱୀପାକ୍ଷିକ ସଂପର୍କ ମଜବୁତ ହେବା ନେଇ ଆଲୋଚନା ମଧ୍ୟ ହୋଇଛି ।

ଉଭୟ ନେତା ସମସ୍ତ ପ୍ରକାରର ଆତଙ୍କବାଦକୁ ନିନ୍ଦା କରିଛନ୍ତି ଏବଂ ଦ୍ୱୀପାକ୍ଷିକ ସୁରକ୍ଷା ସହଯୋଗକୁ ମଧ୍ୟ ସମର୍ଥନ ଜଣାଇଛନ୍ତି । ପାକିସ୍ତାନର ପ୍ରମୁଖ ସହଯୋଗୀ କୁହାଯାଉଥିବା ସାଉଦି ଆରବ କ୍ଷେତ୍ରକୁ ଆତଙ୍କବାଦ ମୁକ୍ତ କରିବା ପାଇଁ ଭାରତର ଅଭିଯାନରେ ତା’ର ପକ୍ଷ ନେଇଛି ଏବଂ ଏହି ଚ୍ୟାଲେଞ୍ଜରୁ ନିସ୍ତାର ପାଇବା ପାଇଁ ପୂର୍ଣ୍ଣ ସହଯୋଗ ଦେବାର ପ୍ରତିବନ୍ଧତା ଜଣାଇଛି । ପରେ ସନ୍ଧ୍ୟାରେ ମୋଦି, ଶକ୍ତିଶାଳୀ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ସହ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top