ଜୀବନ ମନ୍ତ୍ର

ନିଜସ୍ୱ ହ୍ୱାଟସ୍‌ଆପ୍‌ ତିଆରି କରୁଛି ଭାରତ !

ନୂଆଦିଲ୍ଲୀ: ସରକାରୀ ସଞ୍ଚାର କ୍ଷେତ୍ରରେ ଗୋପନୀୟତା ବୃଦ୍ଧି ପାଇଁ ଭାରତ ସରକାର ନିଜସ୍ୱ ହ୍ୱାଟ୍ସଆପ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଇନଷ୍ଟାଣ୍ଟ ମେସେଜିଂ ଆପ୍‌ର ନାଁ GIMS ରଖାଯାଇଛି । ଜିମ୍ସ ଚଳିତ ବର୍ଷ ଶେଷ ସୁଦ୍ଧା ଉବଲବ୍ଧ ହେବ ବୋଲି ମଧ୍ୟ ଜଣାପଡ଼ିଛି । ଇଲେକ୍ରୋଟୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ଦ୍ୱାରା ଏହାର ପରୀକ୍ଷଣ କରାଯାଇଛି । ଜିମ୍ସର ବ୍ୟବହାର କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମେତ ରାଜ୍ୟ ସରକାର ମଧ୍ୟ ଏହାର ବ୍ୟବହାର କରିପାରିବେ ।

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି) ଜିମ୍ସ ପ୍ରସ୍ତୁତ କରିଛି । ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ବ୍ୟତୀତ ଏନଆଇସି ଇମେଲ୍‌ ମଧ୍ୟ ପ୍ରସ୍ତୁତ କରିଛି । ଏନଆଇସି ଦ୍ୱାରା ନିର୍ମିତ ସରକାରୀ ଇ-ମେଲ୍‌ ମାଧ୍ୟମରେ ଦୁଇ କୋଟିରୁ ଉର୍ଦ୍ଧ୍ୱ ଇ-ମେଲ୍‌ କରାଯାଉଛି । ଏହି ଆପରେ 11ଟି ଭାଷାର ବ୍ୟବହାର ହେଉଥିବା ବେଳେ ଲାଇଭ୍‌ ବେଳେ କେବଳ ଇଂରାଜୀ ଏବଂ ହିନ୍ଦୀ ଭାଷାର ବ୍ୟବହାର ହେଉଥିବା ଜଣାପଡ଼ିଛି ।

ଅନ୍ୟପଟେ ଏବେ ଏହାର ବିଟା ଟେଷ୍ଟିଂ ଚାଲିଛି । ଆଉ ଏହି ଟେଷ୍ଟିଂରେ ଗୃହ ମନ୍ତ୍ରାଳୟ, ବୈଦେଶିକ ମନ୍ତ୍ରାଳୟ, ସିବିଆଇ, ନାଭି ଏବଂ ରେଲୱେ ଭାଗ ନେଇଥିବା ଜଣାପଡ଼ିଛି । ବର୍ତ୍ତମାନ ଏଥିରେ 6,600 ୟୁଜର୍ସ ଥିବା ବେଳେ 20 ଲକ୍ଷ ମେସେଜ୍‌ କରାଯାଉଥିବା ସୂଚନା ମିଳିଛି । ଓଡ଼ିଶା, ଗୁଜୁରାଟ ଭଳି ରାଜ୍ୟ ମଧ୍ୟ ବିଟା ଟେଷ୍ଟିଂରେ ଭାଗ ନେଇଛନ୍ତି । ଆପ୍‌ GIMS ଉଭୟ ଆନ୍‌ଡ୍ରଏଡ୍‌ ଏବଂ ଆଇଓଏସ୍‌ ପ୍ଲାଟଫର୍ମରେ ବ୍ୟବହାର ହୋଇପାରିବ ବୋଲି ମଧ୍ୟ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top