X
Breaking News
ଟେକ୍ନୋଲୋଜି

ବଜେଟ୍‌ ୨୦୧୯: ମହାକାଶରୁ ଉଦବୃତ ବିଭିନ୍ନ ସାମଗ୍ରୀର ବାଣିଜ୍ୟକ ବିକାଶ କରିବ ଭାରତ

SPACE_CARD_GFX_00000

ନୂଆଦିଲ୍ଲୀ: ମହାକାଶ ବିଭାଗ ଅର୍ନ୍ତଗତ ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ ନାମକ ଏକ ବାଣିଜ୍ୟକ ସଂସ୍ଥା ସୃଷ୍ଟିହେବ । ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବା ବେଳେଏହା ପ୍ରକାଶ କରଛନ୍ତି ।

ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓ ଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁଁ ଆଜି ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି । ବର୍ତ୍ତମାନ ଏହାର ବାଣିଜ୍ୟିକ ଉପଯୋଗ ନିମନ୍ତେ ସମୟ ଆସିଯାଇଛି ।

ସେ ଦୃଷ୍ଟିରୁ ନୂତନ ଭାରତୀୟ ମହାକାଶ ଲିମିଟେଡ ନାମକ ଏକ ସଂସ୍ଥା ମହାକାଶ ବିଭାଗରେ ସୃଷ୍ଟି କରାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଦ୍ୱାରା କରାଯାଉଥିବା ଗବେଷଣା ଓ ବିକାଶରେଏହା ସହାୟକ ହେବ । ବିଭିନ୍ନ ମହାକାଶ ସାମଗ୍ରୀ ଯଥା – ଉତ୍‌କ୍ଷେପଣ ଯାନ, ବୈଷୟିକ ଜ୍ଞାନ ହସ୍ତାନ୍ତରଣ ଭଳି ବାଣିଜ୍ୟିକ ଉପଯୋଗରେ ଏହି କମ୍ପାନୀ କାର୍ଯ୍ୟ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top