ଖେଳ

ଐତିହାସିକ ଡେ-ନାଇଟ୍‌ ଟେଷ୍ଟରେ ଭାରତର ଧମାକା, ବାଙ୍ଗଲାଦେଶକୁ ୨-୦ରେ କଲା କ୍ଲିନ୍‌ ସ୍ୱଇପ୍‌  

cricket

କୋଲକାତା: ଇଡେନ ଟେଷ୍ଟରେ ଖଳାଯାଇଥିବା ଐତିହାସିକ ଡେ-ନାଇଟ୍‌ ଟେଷ୍ଟରେ ଭାରତ ବାଙ୍ଗଲାଦେଶକୁ ହରାଇ ଶାନଦାର ବିଜୟ ଲାଭ କରିଛି। ଭାରତ ବାଙ୍ଗଲାଦେଶକୁ 46 ରନରେ ହରାଇଛି । ଏଥିସହିତ ଟେଷ୍ଟ ସିରିଜକୁ 2-0ରେ ନିଜ ନାମରେ କରିଛି । ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଙ୍ଗଲାଦେଶକୁ ୧୩୦ ରନରେ ପରାସ୍ତ କରି ବିଜୟୀ ହୋଇଥିଲା। ଶେଷରେ ବାଙ୍ଗଲାଦେଶ ବିପକ୍ଷରେ ଭାରତ ଦୁଇଟି ଯାକ ଟେଷ୍ଟ ମ୍ୟାଚକୁ ନିଜ ସପକ୍ଷରେ ଆଣିଛି। ଗୋଲାପୀ ବଲରେ ଏହି ଦିବାରାତ୍ର ଟେଷ୍ଟ ଖେଳାଯାଇଥିଲା।

ଶୁକ୍ରବାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଥିଲା ଏହି ଟେଷ୍ଟ ମ୍ୟାଚ। ଟସ ଜିତି ବାଙ୍ଗଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ମୋଟ୍ ୧୦୬ ରନ କରି ଅଲଆଉଟ୍ ହୋଇଥିଲା। ଏହାପରେ ଭାରତ ୯ ଓ୍ୱିକେଟ ହରାଇ ୩୪୭ ରନ କରିଥିଲା। ପ୍ରଥମ ଇନିଂସରେ ଭାରତ ମୋଟ୍ ୨୪୧ ରନର ଟାର୍ଗେଟ ଦେଇଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ବାଙ୍ଗଲାଦେଶ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୯୫ରେ ଅଲ ଆଉଟ୍ ହୋଇଥିଲା। ଫଳରେ ଭାରତ ଇଡେନ ଟେଷ୍ଟକୁ ନିଜ ନାମରେ କରିଛି। ବିରାଟଙ୍କ କ୍ୟାପ୍ଟେନସିପ୍‌ରେ  ଭାରତର ଏହା ଲଗାତର ସପ୍ତମତମ ବିଜୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top